Gun 3

ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଅଟକ, ଘଟଣାସ୍ଥଳରୁ ଖୋକା ଜବତ

State

ରାଉରକେଲା : ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଜଣ ଅଟକ ହୋଇଛନ୍ତି । ଦୁଇ ଗୋଷ୍ଠୀ ବିବାଦ ମଧ୍ୟରେ ଗୁଳିମାଡ଼ ଘଟଣାରେ ପାଞ୍ଚ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନ୍ଧମୁଣ୍ଡା ଥାନା ପୋଲିସ । ଗତକାଲି ସନ୍ଧ୍ୟାରେ ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର ଡି ମାର୍କେଟରେ ଫୁଟିଥିଲା ଗୁଳି ।

ସୂଚନା ଅନୁସାରେ ଗତକାଲି ଡିଜେଲ କଲୋନୀର ଶ୍ୟାମଲ ସରକାର ପ୍ରଗତି ଫିଲଡ଼ରେ ବ୍ୟାୟାମ କରୁଥିବା ବେଳେ କିଛି ଯୁବକ ଆସି ସେଠାରେ ଝଗଡ଼ା ଲାଗିଥିଲେ ।  ଶ୍ୟାମଲ ସେମାନଙ୍କୁ ବାରଣ କରିବାରୁ ତାଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ପରେ ଶ୍ୟାମଲ ଡି ସେକ୍ଟରରେ ଛିଡା ହୋଇଥିବା ବେଳେ ୭ରୁ ୮ଜଣ ଯୁବକ ସେଠାକୁ ଆସି ତାଙ୍କୁ ଆକ୍ରମଣ କରିବା ସହ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଶ୍ୟାମଲଙ୍କୁ ଆହତ ଅବସ୍ଥାରେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବନ୍ଧମୁଣ୍ଡା ଥାନା ପୋଲିସ ତଦନ୍ତ କରି ୫ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ସାଇଣ୍ଟିଫିକ ଟିମ ଏକ ଖୋକା ଜବତ କରିଛି । ଖୁବ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ।