Photo For The News Of Pradhan Acharya Baithak

ବିଭାଗ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ

State

ଆଗରପଡ଼ା :ବନ୍ତ ବ୍ଳକ କାଦବରାଙ୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଭାରତୀ,ଶିକ୍ଷା ବିକାଶ ସମିତି,ଓଡ଼ିଶାଙ୍କ ଯୋଜନା ଆଧାରରେ ପୂର୍ବୋତ୍ତର ସମ୍ଭାଗ,ଭଦ୍ରକ ବିଭାଗର ବିଭାଗ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପୂର୍ବକ୍ଷେତ୍ର ମାନବ ପରିଷଦ ସଂଯୋଜକ ସୁଧୀର ନାୟକ, ପୂର୍ବୋତ୍ତର ସଂଭାଗ ସଂଯୋଜକ ବିଭୂତି ଭୂଷଣ ପାଇକ ରାୟ, ଭଦ୍ରକ ବିଭାଗ ନିରିକ୍ଷକ ସୁବ୍ରତ ମୁଖାର୍ଜୀ, ପ୍ରାନ୍ତ ନିରିକ୍ଷକ ପ୍ରଶନ ବିଶ୍ୱାଳ ଏବଂ ପୂର୍ବକ୍ଷେତ୍ର କାର୍ଯ୍ୟାଳୟ ପ୍ରମୁଖ ଦୀପ ପ୍ରଜ୍ଜଳନ ପୂର୍ବକ ସଭା ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ବିଦ୍ୟାମନ୍ଦିର ସମ୍ପାଦିକା ପୁଷ୍ପଲତା ଗିରି ଉଦ୍‌ଘାଟନ ଭାଷଣ ରଖିଥିବା ବେଳେ ସଭାପତି ଦେବେନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ମାନସ ସେଠୀ ସମସ୍ତ କାର୍ଯ୍ୟର ସଂଯୋଜନା କରିଥିବା ବେଳେ ସୁମିତ୍ରା ପେଡ଼ି, ଅନିମା ବେହେରା, ସୁକାନ୍ତି ମାଝୀ, ସଜନୀ ଲେଙ୍କା, ପ୍ରିୟଙ୍କା ନାୟକ, ଗାୟତ୍ରୀ ପଲାଇ, ଚିନ୍ମୟୀ ରାଉତ, ସୁଚରିତା ପାଣିଗ୍ରାହୀ, ଗୌତ୍ତମୀ ପଣ୍ଡା, ଜୟନ୍ତୀ ପ୍ରଧାନ, ଗୀତାରାଣୀ ବେହେରା, ପ୍ରକାଶ ସାହୁ, ମନୋରଜଂନ ଖିଲାର, ଲିଜାରାଣୀ ନାୟକ ପ୍ରମୁଖ ଗୁରୁଜୀ/ଗୁରୁମା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।