ଭୁବନେଶ୍ବର: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୯ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଅନୁଭୂତ ହେବ । ଜଗତସିଂହପୁରଳ କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି ।
ଏଥିସହିତ ପାଣିପାଗ କହିବାନୁଯାୟୀ, ୧୪ରୁ ୧୯ ମଧ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାପରେ କିଛି ସ୍ଥାନରେ କାଭାଁ ବର୍ଷା ସମ୍ଭାବନା ରହିଛି ।
ସେପଟେ ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର। ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି । ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଜି (ଶୁକ୍ରବାର) ରାତି ତାପମାତ୍ରା କମିବ । ଦିନ ତାପମାତ୍ରା ବି ଅଳ୍ପ ଖସିବ। ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଆଉ ୧୯ ତାରିଖ ଯାଏଁ ପାଗ ଅପରିବର୍ତ୍ତିତ ରହିବ ।