Amit

ଛତିଶଗଡ଼ରେ ୩୧ ନକ୍ସଲ ନିପାତ ଘଟଣା ଏକ ବଡ଼ ସଫଳତା: ଅମିତ ଶାହ

National & International State

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁରରେ ରବିବାର ସକାଳୁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଥିଲେ।

ନକ୍ସଲ ନିପାତ ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଯୋଗେ ସୂଚନା ଦେଇ ଶାହ କହିଛନ୍ତି ଯେ, ନକ୍ସଲମୁକ୍ତ ଭାରତ ଗଠନ ନେଇ ଯବାନଙ୍କୁ ବଡ଼ ସଫଳତା ମିଳିଛି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଭାରତ ନକ୍ସଲମୁକ୍ତ ହେବ। ଦେଶରୁ ନିଶ୍ଚିତ ଭାବେ ନକ୍ସଲବାଦର ମୂଳୋତ୍ପାଟନ କରିବୁ।

ଅପରପକ୍ଷରେ ସହିଦ୍ ଦୁଇ ଯବାନଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜାପୁରର ଜାତୀୟ ଉଦ୍ୟାନ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩୧ ଜଣ ନକ୍ସଲ ନିହତ ହୋଇଥିଲେ।ସେପଟେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିଫ୍ଟରେ ଅନ୍ୟତ୍ର ନିଆଯାଇଥିଲା।