ମାଲକାନଗିରି ୦୯।୦୨ : ମାଓ ସଂଗଠନକୁ ଜୋରଦାର ଝଟ୍କା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ । ଛତିଶଗଡ଼ ବିଜାପୁର ଜଙ୍ଗଲରେ ଘଟିଛି ଏହି ଏନ୍କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।
ଖବର ଅନୁଯାୟୀ, ବିଜାପୁର ଜଙ୍ଗଲରେ କିଛି ମାଓବାଦୀମାନେ ଲୁଚି ରହିଥିବାର ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପେରସନ । ଏହି ସର୍ଚ୍ଚ ଅପରେସନରେ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ବାକି ଆଉ କିଛି ମାଓବାଦୀ ଖସି ପଳାଇଥିବାର ସୂଚନା ମିଳିଛି ।
ତେବେ ଏନ୍କାଉଣ୍ଟର ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏବେବି ଆଉ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ଆଧାରରେ ସର୍ଚ୍ଚ ଅପେରସନ ଜାରି ରହିଛି । ତେବେ ସୌଭାଗ୍ୟବଶତଃ ସୁରକ୍ଷାକର୍ମୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମଧ୍ୟ ମିଳିଛି । ଅନ୍ୟପଟେ ଗୁଳିବିନିମୟରେ ଦୁଇ ଜଣ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତ୍ୱର ହୋଇଛନ୍ତି। ଆହତଙ୍କୁ ତୁରନ୍ତ ମେଡ଼ିକାଲ ନେବା ଲାଗି ଜଗଦଲପୁର ଅଞ୍ଚଳରୁ M.I ହେଲିକେପ୍ଟରକୁ ପଠାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।