ପାଟଣାଗଡ଼ : ଖେଳିବା ବେଳେ ଫୁଟିଗଲା ମୋବାଇଲ ବ୍ୟାଟେରୀ । ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗାଁରେ ଘଟିଛି ଏହି ଅଘଟଣ । ଦୁଇ ଶିଶୁ ମୋବାଇଲ ବ୍ୟାଟେରୀ ଧରି ଖେଳୁଥବା ବେଳେ ବିସ୍ପୋରଣ ହୋଇଥିଲା । ପ୍ରଥମେ ଦୁଇ ଶିଶୁଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ବଲାଙ୍ଗିର ମେଡିକାଲକୁ ନିଆଯାଇଛି । ପାଟଣାଗଡ଼ ପୋଲିସ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଗୁରୁତର ଦୁଇଶିଶୁ ହେଲେ ଜଗା ସରାଫ ଓ ସଞ୍ଜୀବ ଦଳେଇ ।
