Cho

କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଚୋରି

State

ମାଲକାନଗିରି : କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଚୋରି । କାନ୍ଥ ଭାଙ୍ଗି ମୋବାଇଲ ଦୋକାନରୁ କୋଟିଏରୁ ଉର୍ଦ୍ଧ ଟଙ୍କାର ମୋବାଇଲ ଫୋନ ଲୁଟି ନେଲେ ଦୁର୍ବୃତ୍ତ । ମାଲକାନଗିରି ଜିଲ୍ଲାର ସବୁ ଠାରୁ ବଡ ମୋବାଇଲ ଦୋକାନ ଭିତରୁ ପ୍ରାୟ ଦେଢ କୋଟି ଟଙ୍କାର ନାମୀ ଦାମୀ ମୋବାଇଲ ଚୋରି କରି ନେଇଛି ଚୋର। ସିସିଟିଭିରେ ଚୋରି ବେଳର ସଂପୂର୍ଣ୍ଣ ଭିଡିଓ ରେକର୍ଡ ହୋଇଛି ।

ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଦେଇଛି। ଅନ୍ୟ ସବୁ ମୋବାଇଲ ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସର ତଦନ୍ତ ଜାରି ରହିଛି ।