ବାରିପଦା: ମୁଣ୍ଡାରୀ ବାନୀ (ଲିପି) ର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରୋହିଦାସ ସିଂନାଗଙ୍କ ଦ୍ୱାଦଶ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ବାରିପଦା ସ୍ଥିତ ମଧୁବନ, ରଙ୍ଗାମାଟିଆ ହାଟଛକ ସ୍ଥିତ ତାଙ୍କର ପ୍ରତିମୁର୍ତୀ ଓ ତାଙ୍କର ବାସସ୍ଥାନ ଶାଳବଣୀ ସ୍ଥିତ ସମାଧି ପିଠରେ ପୂଜା ଅର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସାଙ୍ଗକୁ ଦୁଇମିନିଟ ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ଓଡିଶା ରାଜ୍ୟ ସଭାପତି ଶ୍ରୀଯୁ୍କ୍ତ ରବିନ୍ଦ୍ର ନାଥ ସିଂ ସ୍ୱର୍ଗତ ନାଗଙ୍କ ସୃଷ୍ଟ ମୁଣ୍ଡାରୀ ବାନୀର ପ୍ରଚାର ପ୍ରସାର ଓ ବହୁପୁରାତନ ମୁଣ୍ଡାରୀ ଭାଷାକୁ ସରକାର ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିପାରିଲେ ସ୍ୱର୍ଗତ ନାଗଙ୍କ ଦୀର୍ଘ ବର୍ଷର ସାଧନା ଓ ପରିଶ୍ରମ ସାର୍ଥକ ହେବ ଏବଂ ଏକକୋଟିରୁ ଉର୍ଦ୍ଧ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ମୁଣ୍ଡାରୀ ଭାଷା ଓ ସଂସ୍କୃତି ସଂରକ୍ଷିତ ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସଂଘର ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, ଉପଦେଷ୍ଟା ମନୋଜ କୁମାର ମୁଣ୍ଡା , ଉପସଭାପତି ସୁନାରାମ ସିଂ , କୋଷାଧ୍ୟକ୍ଷ ବାଇଧର ସିଂ , ବିଲକାନ ପ୍ରଭୁ ଦୟାଲ ନାଗ , ଇଂ ସୁନାରାମ ସିଂ , ଭୀମ ଚରଣ ସିଂ, ସ୍ୱରୁପ କୁମାର ନାଗ, ଜିଲ୍ଲାପରିଷଦ ସଦସ୍ୟ ମଧୂସୁଦନ ସିଂ, ମନରଞ୍ଜନ ସିଂ,ଫକୀର ମୋହନ ସିଂ, ବିଜୟ କୁମାର ସିଂ ପ୍ରଭୃତି ସ୍ୱର୍ଗତ ନାଗଙ୍କ ଜିବନୀ ଉପରେ ସ୍ମୃତି ଚାରଣ କରିଥିଲେ ।