କଟକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟ କ୍ରମ କଟକର ପଟାପୋଲ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟ କ୍ରମ ରେ ପ୍ରାଧୀକରଣ ସଚିବ ଜଗଦୀଶ ଚନ୍ଦ୍ର ଜେନା, ଆଇନଜୀଵୀ ବିଜୟ କୁମାର ପଣ୍ଡା ଅତିଥି ଭାବେର ଯୋଗ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ଏ ଶ୍ରୀଦେବୀ ସଭାପତିତ୍ବ କରିଥିଲେ।
ମୋଟ ୧୦୦ଜଣ ସଦସ୍ୟମାନେ ଭାଗ ନେଇଥିଲେ। କାର୍ଯ୍ୟ ସ୍ଥଳିରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନରୁ ରକ୍ଷା ଓ ନିଵାରଣ ଆଇନ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଶିକ୍ଷୟତ୍ରୀ ସୁମିତ୍ରା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥୀଲେ।