Ggmlyxbbkaaevhu

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା

State

ଭୁବନେଶ୍ଵର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଇ-କେୱାଇସି ଡାଟାବେସ୍‌କୁ ଆଧାର କରି ଏହି କାର୍ଡ ଦିଆଯିବ । ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କ ନା କୁ ସରକାର ବିଚାରକୁ ନେବେ। ଏପର୍ଯ୍ୟନ୍ତ ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫେବୃଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ଏହି ବର୍ଷ ସରକାରଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି । ଏହି ଯୋଜନା ଅଧିନରେ ପରିବାରର ପୁରୁଷଙ୍କୁ ୫ ଲକ୍ଷ, ମହିଳାଙ୍କୁ ୧୦ ଲକ୍ଷ ବୀମା ମିଳିବ । ପ୍ରାୟ ୩୦ ହଜାର ହସ୍ପିଟାଲ୍‌ରେ ଏହି ସୁବିଧା ମିଳିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସୂଚନାଯୋଗ୍ୟ, ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ପ୍ରାୟ ସାଢେ ୩ କୋଟି ଜନତାଙ୍କୁ ଏହି କାର୍ଡ ମିଳିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡିଶାର ୧ କୋଟି ପରିବାର ଏହି ଯୋଜନାର ଲାଭ ପାଇପାରିବେ। କେହି ଉପଯୁକ୍ତ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ , ସେ ନେଇ ପ୍ରସ୍ତୁତି ଚାଲିଛି । ଏହି ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।