ବାରିପଦା: ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ(୩୩) ଙ୍କ ମହୁଲଡିହାସ୍ଥ ସରକାରୀ ବାସଭବନ ସମ୍ମୁଖରେ ଵାଘୁଆ ମହୁମାଛି ଆକ୍ରମଣରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ତିରିଂ ବ୍ଳକ ସେକ୍ସନ ର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି ପୂର୍ବାହ୍ନ ୮.୪୫ ପାଖାପାଖି ସମୟରେ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଯିବାକୁ ବାହାରିଥିଲେ ।ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡା ଗଛରେ ବହୁ ସଂଖ୍ୟାରେ ବସାବାନ୍ଧି ଥିବା ବାଘୁଆ ମହୁମାଛିମାନେ ତାଙ୍କୁ ଆକ୍ରମଣ କରିଥିଲେ ।ସେ ଆକାଚାକା ହୋଇ ଅଚେତ ହୋଇ ବାନ୍ତି କରି ପଡ଼ିଯାଇଥିଲେ ।ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୧୦ ଟା ପାଖାପାଖି ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ଏବଂ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଇଞ୍ଜିନିୟର ସଂଘର କାର୍ଯ୍ୟକର୍ତ୍ତା ମଧ୍ଯରେ ଶୋକରେ ଛାୟା ଖେଳିଯାଇଛି ।ସେ ଜଣେ କର୍ମଠ, ଦାୟିତ୍ଵ ସଂପନ୍ନ ବ୍ୟକ୍ତି,ଅମାୟିକ,ସରଳ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ଆଗକୁ ନୂଆ ବର୍ଷ ।ନୂଆବର୍ଷ ଅଵ୍ଯହିତପୂର୍ବରୁ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।ଆରଡ଼ି ବିଭାଗର ସୁପରିଣେ୍ଟେଡେଣ୍ଟ ଇଞ୍ଜିନିୟର,ବିଭାଗୀୟ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନିଜର ସାଥୀଙ୍କୁ ଶେଷ ଦର୍ଶନ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବ୍ୟବଛେଦ ଓ ଘରକୁ ପଠାଇବା ବ୍ୟବସ୍ଥାରେ ସହଯୋଗ କରୁଛନ୍ତି । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଉଦଳା ସହର ନିକଟବର୍ତ୍ତୀ ।