Aa

ଘୁଞ୍ଚିଲା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଶୁଣାଣି

National & International

ହାଇଦ୍ରାବାଦ: ଘୁଞ୍ଚିଲା ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନିୟମିତ ଜାମିନ(ରେଗୁଲାର ବେଲ୍) ଆବେଦନର ଶୁଣାଣି। ହାଇଦ୍ରାବାଦ ଦଳଚକଟା ମାମଲାରେ ଶୁଣାଣି କରୁଥିବା ନାମ୍ପାଲୀ କୋର୍ଟ ଜାମିନ ଆବେଦନ ଶୁଣାଣିକୁ ଡିସେମ୍ବର ୩୦ ପର୍ଯ୍ଯନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ ଅଦାଲତ ଅଭିନେତାଙ୍କୁ ୧୪ ଦିନର ନ୍ୟାୟିକ ହେପାଜତରେ ରଖିଥିଲେ, ଯାହା ତାରିଖ ଆଜି(ଡିସମ୍ବର୨୭) ଶେଷ ହେଉଛି।

ଆଜି ମାମଲାର ଶୁଣାଣି ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇଥିଲେ। ମାମଲାର ଶୁଣାଣି ଚାଲିଥିବା ବେଳେ ସରକାରୀ ଓକିଲ କାଉଣ୍ଟର କରିବାକୁ ଅତିରିକ୍ତ ସମୟ ମାଗିଥିଲେ। ଏହାପରେ କୋର୍ଟ ଜାମିନ ଆବେଦନ ଉପରେ ତର୍କକୁ ସ୍ଥଗିତ ରଖିଥିଲେ।

ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମନ ଦେଇଛନ୍ତି ବୋଲି ଅଭିନେତାଙ୍କ ଲିଗାଲ ଟିମ୍‌ କୋର୍ଟଙ୍କୁ ଅବଗତ କରାଇଥିଲେ। ଇତି ମଧ୍ୟରେ, ଅଲୁ ଅର୍ଜୁନଙ୍କ ନ୍ୟାୟିକ ରିମାଣ୍ଡର ଜାନୁଆରୀ ୧୦ କୁ ବୃଦ୍ଧି ସହ ଜଡ଼ତ ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇଛି।

ସନ୍ଧ୍ୟା ଥିଏଟର ଦଳାଚକଟା ମାମଲା ଜନସାଧାରଣ ତଥା ଆଇନର ଦୃଷ୍ଟି ଆକର୍ଷଣ କରିଛି। ଯେଉଁଥିରେ ଅଭିନେତାଙ୍କ ଜାମିନ ଆବେଦନ ଆଇନଗତ ପ୍ରକ୍ରିୟାର ଏକ କେନ୍ଦ୍ର ପାଲଟିଛି। ପରବର୍ତ୍ତୀ ଶୁଣାଣିରେ ଉଭୟ ସରକାରୀ ଓକିଲଙ୍କ କାଉଣ୍ଟର ଏବଂ ନିୟମିତ ଜାମିନ ପାଇଁ ଅଭିନେତାଙ୍କ ଆବେଦନକୁ ସମାଧାନ କରାଯିବ ବୋଲି ଆଶା କରାଯାଉଛି।

ସୂଚନା ଥାଉକି, ଡିସେମ୍ବର ୪ ରେ ସାନ୍ଧ୍ୟା ଥିଏଟରରେ ଆଲୁ ଅର୍ଜୁନ ଷ୍ଟାରର୍ ପୁଷ୍ପା ୨ ଦି ରୁଲ ଶୋ’ ଦେଖଇବାକୁ ଯାଇଥିବା ବେଳଏ ତାଙ୍କୁ ଦେଖିବାକୁ ଆସିଥିଲା ଭିଡ଼ରେ ଦଳାଚକଟା ହୋଇଥିଲା। ଏଥିରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୯ ବର୍ଷର ତାଙ୍କ ଶିଶୁପୁତ୍ରଙ୍କ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଦ ରେଡ୍ଡୀ ସୂଚନା ଦେଇଥିଲେ। ମାଲମରେ ପୁଷ୍ପ-୨ ଟିମ୍ ପକ୍ଷରୁ ପୀଡ଼ିତ  ପରିବାରକୁ ୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି।