ନୂଆଦିଲ୍ଲୀ : ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ନିଯୁକ୍ତ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।
କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ୬ ସଦସ୍ୟ ବିଶିଷ୍ଟ କମିଟି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କ ନାମ ସୁପାରିଶ କରିବା ପରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବସରପ୍ରାପ୍ତ ବିଚାରପତିଙ୍କୁ ଏନଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।