Baij

ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ

State

ଭୁବନେଶ୍ୱର: ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ ଅଛନ୍ତି। ଆଜି ଏହି ତାଲିକା ପ୍ରକାଶ ପାଇଛି। ଜେପିସିରେ ଆଉ ୬ ସାଂସଦଙ୍କ ନାଁ ଯୋଡ଼ିଲେ କେନ୍ଦ୍ର ଆଇନମନ୍ତ୍ରୀ। ଜେପିସିରେ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ମଧ୍ୟ ସଦସ୍ୟ ରହିବେ। ଜେପିସିରେ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ସାଂସଦ ସାମିଲ ହୋଇଛନ୍ତି।

ସୂଚନା ଥାଉକି ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି, JPC ଗଠିତ ହୋଇଛି। JPCରେ ଓଡ଼ିଶାରୁ ଅଛନ୍ତି ତିନି ବିଜେପି ସାଂସଦ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା।

ସେହିପରି କମିଟିରେ ଲୋକସଭାର ଅନ୍ୟ ସଦସ୍ୟମାନେ ହେଲେ ପିପି ଚୌଧୁରୀ, ସିଏମ୍ ରମେଶ, ବାଂଶୁରୀ ସ୍ୱରାଜ, ପରଶୋତ୍ତମ ରୁପାଲା, ଅନୁରାଗ ସିଂ ଠାକୁର, ବିଷ୍ଣୁ ଦୟାଲ ରାମ, ଅନୀଲ ବାଲୁନି, ବିଷ୍ଣୁ ଦତ୍ତ ଶର୍ମା, ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନୀଷ ତିୱାରୀ, ସୁଖଦେବ ଭଗତ, ଧର୍ମେନ୍ଦ୍ର ଯାଦବ, କଲ୍ୟାଣ ବାନାର୍ଜୀ, ଟି.ଏମ. ସେଲଭାଗନପତି, ଜି.ଏମ. ହରିଷ ବାଲାୟୋଗୀ, ସୁପ୍ରିୟା ସୁଲେ, ଡକ୍ଟର ଶ୍ରୀକାନ୍ତ ଏକନାଥ ସିନ୍ଧେ, ଚନ୍ଦନ ଚୌହ୍ୱାନ ଓ ବି. ଭଲ୍ଲଭାନେନି ।

ସୂଚନାଯୋଗ୍ୟ, ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏହି ବିଲ୍ ଉପସ୍ଥାପନ କରିବା ମାତ୍ରେ, ଏହା ସମ୍ବିଧାନର ମୂଳ ଢାଞ୍ଚା ଉପରେ କୁଠାରଘାତ ବୋଲି ଦର୍ଶାଇ ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିରୋଧୀ ଦଳ ।