ଭୁବନେଶ୍ୱର : ପୁଣି ପ୍ରେମ ପାଇଁ ଗଲା ଜୀବନ । ରାଜଧାନୀରେ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଓୟୋ ହୋଟେଲ ଛାତରୁ ତଳକୁ ଡେଇଁ ଜଣେ ଯୁବକ ସୁଇସାଇଡ କରିଛନ୍ତି । ମୃତକ ନୟାଗଡ଼ ଅଞ୍ଚଳର ଦୀପକ ନାୟକ । ଜଣେ ଡ୍ୟାନ୍ସରଙ୍କୁ ଏକତରଫା ଭଲ ପାଉଥିଲେ । ତେବେ ତାଙ୍କ ପ୍ରେମକୁ ମହିଳା ଅସ୍ବୀକାର କରିବାରୁ ଛାତରୁ ଡେଇଁ ପଡ଼ିଥିବା ସୂଚନା ମିଳିଛି ।
ଭରତପୁର ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ଗତ ୧୧ ତାରିଖ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ଦୀପକ । ହୋଟେଲ ପଛପଟେ ତାଙ୍କ ମୃତଦେହ ୩ ଦିନ ଧରି ପଡି ରହିଥିଲା । ଦୁର୍ଗନ୍ଧ ହେବା ପରେ ଭରତପୁର ଥାନା ଅଧିକାରୀ ଦୀପକର ମୃତ ଦେହକୁ ଉଦ୍ଧାର କରିଛନ୍ତି ।
ମୋବାଇଲ ଫୋନ ଦ୍ଵାରା ପୋଲିସ ମୃତକଙ୍କୁ ଚିହ୍ନଟ କରି ପରିବାରକୁ ଜଣାଇଥିଲେ । ସେପଟେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।