Adani 3 750x430

ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି: ଆଦାନୀକୁ କାରଖାନା କରିବାକୁ ଦେବୁନାହିଁ କହିଲେ ସିଂହଦେଓ

State

ଭୁବନେଶ୍ୱର : ବିଧାନସଭାରେ ଗନ୍ଧମାର୍ଦ୍ଦନ ତାତି । ଗୃହରେ ଶୂନ୍ୟକାଳରେ ଉଠିଲା ଗନ୍ଧମାର୍ଦ୍ଦନ ପ୍ରସଙ୍ଗ । ମୁହାଁମୁହିଁ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଓ କେଭି ସିଂହଦେଓ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଠାଇଲେ ପ୍ରସଙ୍ଗ । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ ଦେବାକୁ ପ୍ରସ୍ତାବ ରହିଛି କି ? ୧୯୮୦ରେ ବାଲକୋ କମ୍ପାନୀକୁ ବକ୍ସାଇଟ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିଲା । ସେତେବେଳେ ବିରାଟ ଜନ ଆନ୍ଦୋଳନ ତେଜିଥିଲା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ସେପଟେ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆଦାନୀ କିଣିଥିବା ଜମିକୁ ବିଜେଡି ସରକାର ଅନୁମତି ଦେଇଥିଲେ । ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଅନୁମତି ଦେବେନି ସରକାର । ସେମିତି କିଛି ହେଲେ ମୁଁ ଆପଣଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇବି ବୋଲି କହିଛନ୍ତି କେଭି । ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ ଦିଆଯିବନାହିଁ ।