Mohan Charan Majhi 750x430

ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ଲୁଚେଇକି ରଖି ତାଙ୍କୁ ଅବହେଳା କରାଯାଇଥିଲା : ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର ୨୩।୧୧: ହରେକୃଷ୍ଣ ମହତାବ ଜୟନ୍ତୀ ଉଦଯାପନୀ ଉତ୍ସବରେ ତତ୍‌କାଳୀନ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ମହାପୁରୁଷଙ୍କୁ ସମ୍ମାନ ଦିଆଯାଉନଥିବା କହି ଉଠାଇଲେ ବଡ଼ ପ୍ରଶ୍ନ। ହରେକୃଷ୍ଣ ମହତାବଙ୍କ ଜୟନ୍ତୀର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି, ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ଲୁଚେଇକି ରଖି ତାଙ୍କୁ ଅବହେଳା କରାଯାଇଥିଲା। ଏପରିକି ତାଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ପାଳନ ବନ୍ଦ କରିଦିଆଯାଇଥିଲା। ମହତାବ ନିଜେ ଏକ ଅନୁଷ୍ଠାନ ଥିଲେ । ଆଜି ଯେଉଁଠି ଆଙ୍ଗୁଳି ଦେଖାଇବା ତାହା ତାଙ୍କ ଅବଦାନ ଥିଲା। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ହୀରାକୁଦ ନଦୀ ବନ୍ଧ, ଆକାଶବାଣୀ କଟକ, ନନ୍ଦନକାନନ ଭଳି ଅନେକ ତାର ଉଦାହରଣ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେବା ମୋ ପାଇଁ ସୌଭାଗ୍ୟ। ବରପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ଆମ ସରକାର ତତ୍ପର। ବିଗତ ଅନେକ ବର୍ଷ ଧରି ଓଡ଼ିଶା କେବଳ ଗୋଟିଏ ପରିବାରର ଅବଦାନ ବୋଲି କୁହାଯାଉଥିଲା। ଆଉ କାହାର ଅବଦାନ ନଥିଲା କହି ତତକାଳୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେପଟେ ଏହାର ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କେବେ ବନ୍ଦ ନଥିଲା । ବିଜୁ ବାବୁ ଓ ମହାତାବଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାର କିଛି ମାନେ ନାହିଁ । ଓଡ଼ିଆ ଅସ୍ମିତା କଥା କହି ଉଭୟଙ୍କୁ ତୁଳନା କରିବା ଅର୍ଥ ଆମେ ନିଜକୁ ଅବମୂଲ୍ୟାୟନ କରିବା। ଯଦି ସେମାନେ ମହତାବଙ୍କ ନାଁରେ ନୂଆ ଯୋଜନା କରିବେ କରନ୍ତୁ । ଆମେ ବି ଅନ୍ୟ ବରପୁତ୍ରଙ୍କ ନାଁରେ ଅନେକ ଯୋଜନା କରିଛୁ ବୋଲି ସେ କହିଛନ୍ତି।