ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣାରେ ବଲାଙ୍ଗିର ପୋଲିସ ଉପରେ ବର୍ଷିଛି ଆଦିବାସୀ ସଙ୍ଘ l ଆଦିବାସୀ ଯୁବତୀ ଉପରେ ଅତ୍ୟାଚାର ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପୋଲିସ l ଆଜି ଏନେଇ ଆଦିବାସୀ କର୍ମକର୍ତ୍ତା ବଲାଙ୍ଗିର SP ଅଫିସ ଘେରାଉ କରିବା ସହିତ SPଙ୍କୁ ସାକ୍ଷାତ କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି l ପୋଲିସ ସଠିକ ଭାବରେ ତଦନ୍ତ କରୁ ଓ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି l