Image 1731500210

ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

State

ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି । ଘରୋଇ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ ହେବ ।  କ୍ଷତିପୂରଣ ପାଇଥିବା ଲୋକେ କ୍ଷତିପୂରଣ ରାଶି ଫେରାଇବେ ।  ଜମି ଫେରାଇବା ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଆରମ୍ଭ କଲାଣି । ହାଇକୋର୍ଟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରିଥିଲେ ।

ସୁପ୍ରିମ୍ କୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଅଧିଗ୍ରହଣ ହୋଇଥିବା ସରକାରୀ ଜମି ସରକାରଙ୍କ ଖାତାକୁ ଫେରିବ । କୋର୍ଟ ଦେଇଥିବା ରାୟକୁ ଅକ୍ଷରେ ଅକ୍ଷରେ ସରକାର ପାଳନ କରିବେ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ।