ଭୁବନେଶ୍ବର : କମିବ ପେଟ୍ରୋଲ, ଡିଜେଲ ଦର। ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଲୋକେ। ଏନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ମିଳିବ ଲାଭ। କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ପାଇବ। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ୍ ୪ଟଙ୍କା ୩୨ ପଇସା ହ୍ରାସ ପାଇବ।
ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା ଓ ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା ଓ ଡିଜେଲ୍ ୩ ଟଙ୍କା ୫୨ ପଇସା ହ୍ରାସ ପାଇବ। ମାଳିପୁଟରେ ପେଟ୍ରୋଲ ୩.୬୬ ପଇସା, ଡିଜେଲ୍ ୩.୪୭ ପଇସା ହ୍ରାସ ପାଇବାକୁ ଥିବା ବେଳେ ରାମଗିରିରେ ପେଟ୍ରୋଲ ୩.୬୦ ପଇସା ଓ ଡିଜେଲ୍ ୩.୪୦, ବଡ଼ସାଗରରେ ପେଟ୍ରୋଲ ୩.୫୨ ପଇସା ଓ ଡିଜେଲ୍ ୩.୩୩ ପଇସା,ରାଇଘରରେ ପେଟ୍ରୋଲ ୩.୪୧ ପଇସା ଓ ଡିଜେଲ୍ ୩.୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୦୮ ପଇସା ହ୍ରାସ ପାଇବ।