- ମହାଭାରତ ଜ୍ଞାନ ଯଂଜ୍ଞ ପାଇଁ ପ୍ରସ୍ତୁତି ବୈଠକ
ବାରିପଦା – ଚିନ୍ମୟ ମିଶନ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର 14 ରୁ 20 ତାରିଖ ପ୍ରଯ୍ୟନ୍ତ ବାରୁଣୀ ରୋଡ଼ ମଧୁବନ ଠାରେ ବାରିପଦାରେ ପ୍ରଥମ ଥର ମହାଭାରତ ଜ୍ଞାନ ଯଂଜ୍ଞ ଅନୁଷ୍ଠିତ ହେବ l ସେଥିପାଇଁ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମ ଠାରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚିନ୍ମୟ ମିଶନ ନୋଇଡା, ଉତ୍ତର ପ୍ରଦେଶର ଆଚାର୍ଯ୍ୟ ସ୍ୱାମୀ ଚିଦ୍ରୁପାନନ୍ଦ ସରସ୍ବତୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତି ଦିନ ସନ୍ଧ୍ୟା 6.30 ରୁ 7 ଟା ରେ ମହାଭାରତର ଶାନ୍ତି ପର୍ବ ବିଷୟରେ ଓ ସକାଳ 7ଟା ରୁ 8 ହିନ୍ଦୀରେ ହସ୍ତମଳକ ସ୍ତୋତ୍ର ବିଷୟରେ ପ୍ରବଚନ ଦେବା ସହିତ ବିଭିନ୍ନ ମହାବିଦ୍ୟାଳୟ, ଭେଷଜ ମହାବିଦ୍ୟାଳୟ , ବିଶ୍ୱବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ଉଦବଦନ ଦେବେ l ବାରିପଦା କାର୍ଯ୍ୟକ୍ରମ ପରେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହିତ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ସମ୍ପାଦକ ଅଜିତ ବେହେରା ସୂଚନା ପ୍ରଦାନ କରିଥିଲେ l
ସ୍ୱାମୀ ଚିଦ୍ରୁପାନନ୍ଦଜୀ ସ୍ଵନ୍ୟାସ ଦୀକ୍ଷା ନେବାପରେ ଯୁବସମାଜକୁ ମାର୍ଗ ଦର୍ଶନ କରାଇବା ପାଇଁ ଦେଶ ବିଦେଶରେ ବିଭିନ୍ନ ପ୍ରାନ୍ତ ବୁଲି ବୁଲି ବିଭିନ୍ନ ବୟସର ଛାତ୍ରଛାତ୍ରୀ, ଶିକ୍ଷକ ସମାଜ, ଚିକିତ୍ସିକ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଜାତୀୟ ଅନ୍ତର୍ଜାତୀୟ କମ୍ପାନୀର କର୍ମଚାରୀ ମହଲରେ ହୃଦୟସ୍ପର୍ଶୀ ଓ ଓଜ୍ଜସିନୀ ଉଦବଦନ ମାଧ୍ୟମରେ ବ୍ୟବସ୍ଥାପନ ସମ୍ବଦ୍ଧିୟ ଆଲୋଚନା କରି ସମସ୍ତଙ୍କ ହୃଦୟରେ ସ୍ଥାନ ଅଧିକାର କରି ପାରିଛନ୍ତି l ସେ ଜଣେ ହିନ୍ଦୀ, ଇଂରାଜୀ, ତେଲୁଗୁ, ମାଲାଲାୟମ୍, ମରାଠୀ ଭାଷାର ସୁବକ୍ତା l ଆଜିକାର ବୈଠକରେ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି, ଅବସରପ୍ରାପ୍ତ ଆୟାକର ଅଧିକାରୀ ତପନ ପଟ୍ଟନାୟକ, ସମାଜସେବୀ ନିରୋଜ ପୁଥାଳ, ଶିକ୍ଷାବିତ ହୃଦାନନ୍ଦ ଆଚାର୍ଯ୍ୟ, ପ୍ରଦୀପ ମହାନ୍ତି, ଶକୁନ୍ତଳା ପାଲ, ସତ୍ୟଜିତ ପାଲ, ଶ୍ରୀଧର ପରିଡା, ସମ୍ପଦ ଦାସ, ବିବେକାନନ୍ଦ ଦାସ, ସୁରତିବଳା ଦାସ, ସବ୍ୟସାଚୀ ପଲେଇ, ପ୍ରଦୀପ ଭଞ୍ଜଦେଓ, ଭାସ୍ବତୀ ପଣ୍ଡା, ରାଜଲଷ୍ମୀ ମିଶ୍ର, ରାଜାରାମ ମାରାଣ୍ଡି, ଜୟପ୍ରକାଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ l