Img 20241020 Wa0210

ମା ମନସାଙ୍କ ୧୯ତମ ବାର୍ଷିକ ପୂଜା ଓ ଆଲୋଚନା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ମା ଶିଜୁଆବାସିନୀ ଯୁବକ ସଂଘ କଇଁପୁରଠାରେ ୧୯ତମ ମା ମନସା ପୂଜା ଓ ମା ମନସାଙ୍କ ଉପରେ ଧାର୍ମିକପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି |ସମ୍ପାଦକ ଗୋବିନ୍ଦ ମୁଣ୍ଡା,ସଭାପତି ମଙ୍ଗଲା ସର୍ଦ୍ଦାର,ଦେହୁରୀ(ପୂଜକ)ସୁନିଲ ସର୍ଦ୍ଦାର,ପଣ୍ଡିତ ମଣ୍ଟୁ ଶତପଥୀ,ଆଲୋଚକ ପ୍ରଶ୍ନ କୁମାର ଶତପଥୀ,ରାଜେଶ,ସମ୍ବଦ,ହାରୀ,ସୁଫଲ,ଡାକ୍ତର,ନରେନ୍ଦ୍ର,ବିଶାଲ ସିଙ୍କୁ,ଘାସିଆ,ମଙ୍ଗଲା ମୁଣ୍ଡା,ସନାତନ ସର୍ଦ୍ଦାର,ଦଶରଥ,ଗେଡା,ବିରସିଂ ସର୍ଦ୍ଦାର,ବୁଧ ସିଙ୍କୁ,ରାକ୍ଷୀ,ପୁଷ୍ପଲତା ତାମୁଡ଼ିଆ,ରିଙ୍କି ମୁଣ୍ଡା,ସାମତା,ଲୁକିମାୟୂ,ପାନୀ,ବାସନ୍ତୀ,ସଂଘର ପୂଜକ ସୁନିଲ୍ ବାବୁ,ପ୍ରତିମା କାରିଗର ମାନଗୋବିନ୍ଦ ତାମୁଡ଼ିଆ,ଗୋବର୍ଦ୍ଧନ ତାମୁଡ଼ିଆ ପ୍ରମୁଖ ଉପସ୍ଥିତ ରହିି ମନସା ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଧାର୍ମିକ ଉପରେ ଆଧାରିତ ମନସାଦେବୀଙ୍କ ଉପରେ ଆଲୋଚନୀରେ ଅଂଶଗ୍ରହଣ କରିଥିଲେ |ମନସା ବା ମନସା ଦେବୀ ସାପମାନଙ୍କ ଏକ ହିନ୍ଦୁ ଦେବୀ ଯାହାଙ୍କୁ ମୁଖ୍ୟତଃ ପଶ୍ଚିମ ବଙ୍ଗ ଓ ଉତ୍ତର ପୂର୍ବ ଭାରତରେ ସାପ କାମୁଡ଼ା ଚିକିତ୍ସା, ଉର୍ବରତ୍ୱ ଓ ସମୃଦ୍ଧି ନିମନ୍ତେ ପୂଜା କରାଯାଏ । ସେ ଋଷି ଜରତ୍କାରୁଙ୍କ ପତ୍ନୀ, ନାଗରାଜ ବାସୁକୀଙ୍କର ଭଗିନୀ ଓ ଆସ୍ତିକଙ୍କର ମାତା ଅଟନ୍ତି । ସେ ବିଷହର, ନିତ୍ୟ ଚିରନ୍ତନ ଓ ପଦ୍ମାବତୀ ନାମରେ ନାମିତ |ଶିବ ଓ ତାଙ୍କ ପତ୍ନୀ ପାର୍ବତୀଙ୍କର ସେ କନ୍ୟା ଓ ବାସୁକୀଙ୍କର ଭଗିନୀ ଅଟନ୍ତି । କେତେକ ପୁରାଣରେ ଶିବ ବଦଳରେ ଋଷି କଶ୍ୟପ ତାଙ୍କର ପିତା ଭାବରେ ଉଲ୍ଲେଖ ଅଛି । ମନସା ଅତି ଭକ୍ତପ୍ରିୟ କିନ୍ତୁ ତାଙ୍କୁ ପୂଜା ନ କରୁଥିବା ଲୋକଙ୍କ ପ୍ରତି ଅତି ନିଦାରୁଣ ।ସମ୍ପୁର୍ଣ୍ଣ ଦେବତ୍ୱ ପ୍ରାପ୍ତି ନହେବାରୁ ସେ ଦେବୀ ଭାବରେ ପୂଜ୍ୟ ହେବାକୁ ଓ ମାନବ ଭକ୍ତ ପାଇବାକୁ ଲକ୍ଷ ରଖିଥିଲେ । ନାଗଲକ୍ଷ୍ମୀ ଭାବରେ ମଧ୍ୟ ସେ ପରିଚିତା । ସର୍ପ ଦଂଶନରୁ ରକ୍ଷା ପାଇଁ ବଙ୍ଗୀୟ ଲୋକମାନେ ଅଷ୍ଟନାଗ ମା’ ମନସା ଦେବୀଙ୍କ ଚରଣରେ ଶରଣାପନ୍ନ ହୁଅନ୍ତି। ବିଶ୍ବାସ ରହିଛି ମା’ମନସା ଦେବୀଙ୍କୁ ନଦୀରେ କଦଳୀ ଭେଳା କରି ପୂଜାର୍ଚ୍ଚନା କଲେ ପରିବାରରେ ବିପତ୍ତି ପଡ଼େ ନାହିଁ। ମା’ ଙ୍କ ମସ୍ତକରେ ଅଷ୍ଟ ନାଗ ଧାରଣ କରିଥାନ୍ତି। ଏହି ଅଷ୍ଟ ନାଗ ମା’ ମନସାଙ୍କ ଆଠ ଭାଇ ବୋଲି ଜନ ଶ୍ରୁତି ରହିଛି | ସେହି ଆଠ ଭାଇ ହେଲେ ବାସୁକି, ପଦ୍ମ, ମହା ପଦ୍ମ, ତକ୍ଷ, କୁଳିର, କର୍କଟ, ଶଙ୍ଖ ଓ ଅନନ୍ତ। ମାନସିକ ପୂରଣ ପାଇଁ ମା’ଙ୍କ ପାଖରେ ବିଭିନ୍ନ ଫଳ, ଫୁଲ, ଚିନିରେ ପ୍ରସ୍ତୁତରେ ବାତସା ଭୋଗ ଲାଗି ହୋଇଥାଏ |ମା’ଙ୍କ ଗଳାରେ ମାନସିକ ପୂରଣ ପାଇଁ ଟଙ୍କା ମାଳ ପରିଧାନ କରାଯାଏ | ଏହି ପୂଜା ସଂକ୍ରାନ୍ତିରେ ଆରମ୍ଭ ହୋଇ ତିନି ଦିନ ପର୍ଯ୍ୟନ୍ତ ଚାଲେ |ବିସର୍ଜନ ପର୍ବରେ କଦଳୀ ଭେଳାରେ ଭୋଗ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ନଦୀରେ ଭସାଇ ଦିଆଯାଇଥାଏ | ମା ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା ପାଆନ୍ତି ଆଲୋଚକ ପିକେ ଶତପଥୀ କହିଛନ୍ତି |ମା ମନସା ପୂଜା ନିମନ୍ତେ ନିକଟସ୍ଥ ଝାରଖଣ୍ଡ ଓ ଜାମଦା,ପାସନା,ତେଣ୍ଡରା,ଜାମଦା,ତାଳଗାଁ ଗ୍ରାମପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଛୁଟି ଆସି ମାନସିକ ମନାସିବା,ମାନସିକ ସୁଝିବା ସହ ମିଠା,କଦଳୀ,ଫଳମୂଳ,ନଡ଼ିଆ ଆଦି ଯାଚି ଦେଇଥିଲେ |ସଂଗଠକ ବିନୟ କୁମାର ମୁଣ୍ଡା,ରିତେଶ୍ ମୁଣ୍ଡା,ଆରୋପ ବାବୁ,ଆଏନ୍ ବାବୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରିବା ସହ ଅପ୍ରମିତ ସାଧୁବାଦ ଅର୍ପଣ କରିଥିଲେ |