Vigilance 2

ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ

State

ବାଲେଶ୍ଵର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ । ବାଲେଶ୍ଵର କୁକୁଡ଼ା ପଦା ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ବ୍ରହ୍ମପୁର ଏବଂ ଭୁବନେଶ୍ବର ସ୍ଥିତ ଘରେ ଚଢ଼ାଉ ଜାରି। ପୂର୍ବରୁ ସେ ବାରିପଦାର ଗ୍ରାମ୍ୟ ନିର୍ମାଣ ବିଭାଜନର ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିଲେ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ୧୧ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ବ୍ରହ୍ମପୁର, ଭୁବନେଶ୍ବର, ଫୁଲବାଣୀ, ବାଲେଶ୍ବର, କେନ୍ଦୁଝରରେ ଚଢାଉ ଜାରି ରହିଛି। ପୂର୍ବରୁ ସେ ବାରିପଦାର ଗ୍ରାମ୍ୟ ନିର୍ମାଣ ବିଭାଜନର ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ଗ୍ରାମ୍ୟ ନିର୍ମାଣ ବିଭାଜନ, ବାଲେଶ୍ଵର ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।ଚଢ଼ାଉରେ ୧୧ ଡିଏସପି, ୭ ଇନ୍ସପେକ୍ଟର, ୧୧ ଜଣ ASI ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ବର୍ତ୍ତମାନ ସେ ଗ୍ରାମ୍ୟ ନିର୍ମାଣ ବିଭାଜନ, ବାଲେଶ୍ଵର ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ।  ସେହିପରି ସେପ୍ଟମ୍ବର ୧୭ ରେ ଢେଙ୍କାନାଳରେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ ଆର ଆଇ ବରୁଣ ଜେନା ଓ ପିଅନ ବଳରାମ ନାଏକ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଜାଣି ଭିଜିଲାନ୍ସ ଉଭୟଙ୍କୁ ଅଟକ ରଖିବା ସହ ସେମାନଙ୍କୁ ଯାଞ୍ଚ କରିଥିଲା ।