Gfg

ଭଙ୍ଗାଯିବ ୧୯୧ଟି ବେଆଇନ ଆପାର୍ଟମେଣ୍ଟ

State

ଭୁବନେଶ୍ୱର: ଭଙ୍ଗାହେବ ଭୁବନେଶ୍ୱରରେ ୧୯୧ ବେଆଇନ ଆପାର୍ଟମେଣ୍ଟ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ ଓ କୋଠାବାଡ଼ି ବିରୋଧରେ ମୋଟ ୪୯୧ଟି ମାମଲା ରୁଜୁ ହୋଇଥିଲା । ସେ ଭିତରୁ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେହିପରି ୬୩ ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ ଟି ମାମଲା ବିଚାରାଧୀନ ରହିଛି । ସେହପରି ବିଏମସି ଅଧିନରେ ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ ନିର୍ମାଣ ବିରୋଧରେ ୧୪୪୪ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୪୫୧ଟି ମାମଲାର ଫଇସଲା ସରିଛି । ବିଚାରାଧୀନ ରହିଛି ୯୯୩ଟି ମାମଲା । ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।