Ewa

ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟଲୋକେ ବଖାଣିଲେ ଲୋମଟାଙ୍କୁରା ଘଟଣା

National & International

ୱାୟନାଡ଼: କେରଳର ୱାୟନାଡ଼ରେ ହୋଇଥିବା ଶକ୍ତିଶାଳୀ ଭୂସ୍ଖଳନରେ ୫ଟି ଗାଁ ସଂପୂର୍ଣ୍ଣ ଧୋଇ ହୋଇଯାଇଛି। ଖବର ଲେଖାହେଲା ପର୍ଯ୍ୟନ୍ତ ମାଟି ଭିତରୁ ୧୫୬ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୧୮୦ ଜଣରୁ ଅଧିକ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏଥିସହିତ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ, ସେନାବାହିନୀ ଓ ପାରା ରେଜିମେଣ୍ଟ୍‌ ଯବାନ ନିଜନିଜ ଉଦ୍ୟମ ଜାରି ରଖିଛନ୍ତି।

ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରବାସିନ୍ଦା ଏହି ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ ହୋଇଯାଇଛି। ସ୍ଥାନୀୟଲୋକେ ଏହି ଶକ୍ତିଶାଳୀ ଭୂସ୍ଖଳନରେ ହୋଇଥିବା କ୍ଷୟକ୍ଷତି ବିଷୟରେ କହି କାନ୍ଦି ପକାଇଛନ୍ତି।

ସ୍ଥାନୀୟଲୋକେଙ୍କ କହିବାନୁସାରେ, ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଚାଲିଛି। ଭୋରଭୋରରୁ ଏହି ଭୂସ୍ଖଳନ ହୋଇଥିବା ହେତୁ ଅନେକ ଲୋକ ହଠାତ କିଛି ଜ‌ାଣି ପାରି ନଥିଲେ । ଆଉ କିଛିଲୋକ ଶୋଇଥିବା ଅବସ୍ଥାରେ ଭୂସ୍ଖଳନ ଶିକାର ହୋଇ ପ୍ରାଣ ହରାଇ ଦେଇଛନ୍ତି। ମାଟିତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଭୟାବହସ୍ଥିତ ଦେଖିବାକୁ ମିଳିଛି। ଯାହାକୁ ଦେଖିବା ପରେ ଆମେ ଭୋକଶୋଷ ଭୁଲି ଯାଇଛୁ। କାରଣ ମାଟି ଭିତରୁ ଅନେକ ଲୋକଙ୍କୁ ଏପରି ଉଦ୍ଧାର କରାଯାଉଛି। ଯେଉଁମାନଙ୍କର ମୁଣ୍ଡ, ହାତ ଓ ଗୋଡ଼ ନାହିଁ। କେବଳ ଗଣ୍ଡି ପଡ଼ି ରହିଛି। ଏହି ଦୃଶ୍ୟ ବଖାଣିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠୁଛି।

ଭଗବାନଙ୍କ ନିକଟରେ ଏତିକି ଗୁହାରି ଯେଉଁମାନେ ଏ ଭୂସ୍ଖଳନରେ  ଆହତ ହୋଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଫଶିଥିବା ଲୋକେ ଯଥାଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଯାଆନ୍ତୁ। ମୃତକଙ୍କ ପରିବାରକୁ ଏଦୁଃଖ ସହିବାକୁ ଧୌର୍ଯ୍ୟ ଦିଅନ୍ତୁ।’