1111

ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ

Crime State

ସୋର: ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି ।

ସୂଚନାଅନୁସାରେ, ପାଣ୍ଡୁ ଉକ୍ତ ଗ୍ରାମର ଜାନୁ ସିଂଙ୍କୁ ଭଲପାଇ ବିବାହ କରିଥିଲେ । ବିବାହ କିଛିଦିନ ପରେ ପାଣ୍ଡୁ ଜାନୁ ମଦ ପିଇ ସବୁବେଳେ ସ୍ତ୍ରୀଙ୍କୁ ମାରପିଟ କରନ୍ତି। ଅନେକ ଥର ପରିବାର ଲୋକ ସମାଧାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବିଳମ୍ବିତ ରାତିରେ ମଦ ପିଇ ମାରିଦେଇଥିବା ନେଇ ଜାନୁର ଭଉଣୀ ରାବ ସିଂ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ପାଣ୍ଡୁ ସିଂଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।