Qt Bjp Flag 750x430

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ

Politics

ବାରିପଦା: ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ଭାରତର ଅଗଣିତ ହିନ୍ଦୁ ମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ହୋଇଛି । ହିନ୍ଦୁ ମାନଙ୍କୁ ହିଂସ୍ର,ମିଥ୍ଯାବାଦ କହିବା ଅତି ନିନ୍ଦନୀୟ । ହିନ୍ଦୁମାନଙ୍କ ସ୍ବାଭୀମାନ ଓ ଆତ୍ମସମ୍ମାନକୁ ଏହା କଠୋରଘାତ କରିଛି । ଏହାକୁ ନେଇ ସମଗ୍ର ଭାରତ ବର୍ଷରେ ହିନ୍ଦୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଧରିଛି । ଏହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ଲାଲା ବାରିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଯୁବମୋର୍ଚ୍ଚା କର୍ମୀ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ ।ଏହି ପ୍ରତିବାଦ ସଭାରେ ବିଜେପି ନଗର ସଭାପତି ପ୍ରାକ୍ତନ ଶିକ୍ଷକ ସୁରଥ ପଟ୍ଟନାୟକ,ଆଇଟି ସେଲର ଶଶାଙ୍କ କୁମାର, କାଉନସିଲର ଦେବାଶିଷ ନାଏକ,ପପୁ ଦାସ,ରାଣା ମୋଦକ, ପରମାନନ୍ଦ ବେହେରା,କାଳିଆ ମହାନ୍ତି,କୁଲୁ ବେହେରା,ରାନୁ ପଦାର,ସିନ୍ଧୁ ବାରିକ,ଚିଣ୍ଟୁ ରଣା,,ଲଳିତ ଖଣ୍ଡାୟ,ରାକେଶ ଘଣା,ଜ୍ୟୋତି ରଣା,ମିକିନ,ସଂଜୟ ସାହୁ,କୁଲୁ ବେହେରା,ରଂଜିତ ବେହେରା ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।