ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାନୁଟ ଗ୍ରାମରେ ଗତ ଫେବୁଆରୀ ୧୦ ତାରିଖରେ ଗ୍ୟାସ ଟାଙ୍କି ଫାଟି ୬ ଜଣ ଆହତ ହୋଇଥିଲେ l ସେତେବେଳେ ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା, ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ ଓ ପରେ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାର ସାଢେ ଚାରିମାସ ପରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ଦୁତି ଅଦାବରୀଆ l ଦୁତି ଦୀର୍ଘଚାରି ମାସ ପରେ ମୃତ୍ୟୁବରଣ କରିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l