X Profile 2

ମୁଖ୍ୟମନ୍ତ୍ରୀ ପଦରୁ ହଟିଲା ପରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନାଁ ପରିବର୍ତ୍ତନ କଲେ ନବୀନ

Politics State

ଭୁବନେଶ୍ୱର; ଓଡ଼ିଶାରେ ସରିଲା ନବୀନ ଯୁଗ ।  ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ମୁଖ୍ୟମନ୍ତ୍ରୀ ଥିବା ନବୀନ ଏବେ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।  ତେବେ ମଙ୍ଗଳବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ପ୍ରୋଫାଇଲରେ ନାଁ ପରିବର୍ତ୍ତନ କରିଛନ୍ତି ।  ଏବେ କେବଳ ନବୀନ ବିଜେଡିର ସୁପ୍ରିମୋ ବୋଲି ପ୍ରୋଫାଇଲରେ ରଖିଛନ୍ତି  ।

ଅନ୍ୟପଟେ ଆଜି ରାଜ୍ୟରେ ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେନ୍ଦୁଝର ବିଧାୟକ ମୋହନ ମାଝୀ ।  ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ତାଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି ।  ବୈଠକରେ ଦଳର ୭୮ ବିଧାୟକଙ୍କ ବୈଠକରେ ଉପସ୍ଥିତ ଥିଲେ । ବରିଷ୍ଠ ନେତା ଓ ସମସ୍ତ ସାଂସଦ ମଧ୍ୟ ଯୋଗ ଦେଇ ଥିଲେ । ବିଧାୟକ ଦଳ ନେତା ଚୟନ ନେଇ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ହୋଇଥିଲା ବୈଠକ।