Police 1717411972

ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

Crime State

ଆଠଗଡ : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଜାଗିଆପଡ଼ା ଗ୍ରାମର ନିରଞ୍ଜନ ରାଉତ ।

ନିରଞ୍ଜନ ଗତକାଲି ମଧ୍ୟାହ୍ନ ଦୁଇଟା ସମୟରୁ ନିଖୋଜ ଥିବା ବେଳେ ଅପରାହ୍ନ ଚାରିଟା ସମୟରେ ତାଙ୍କ ମୋବାଇଲ୍ ସୁଇଜ ଅଫ ହୋଇ ଯାଇଥିଲା। ନିରଞ୍ଜନ କଟକ ସହରର ଏକ ଘରୋଇ କଲେଜରେ କାର୍ଯ୍ୟରତ ଥିଲେ । ସେ ଗତକାଲି ନିଜ ଘରକୁ ଫେରୁଥିବା ବେଳେ ବାଟରେ ନିଖୋଜ ହୋଇ ଯାଇଥିବା କହିଥିଲେ । ପରିବାର ପକ୍ଷରୁ କେହି ତାଙ୍କୁ ହତ୍ୟା କରିଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।