Zzzz

ଆସିଲା ଏକଜିଟ ପୋଲ: ପୁଣି ମୋଦି

National & International

ନୂଆଦିଲ୍ଲୀ : ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।
୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ଆଜି ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହୋଇଛି। ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା ୪ ତାରିଖରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।
ତେବେ ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିବାକୁ ଯାଉଥିବା ଆକଳନ କରିଛନ୍ତି। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।
ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ ବୋଲି ଏକଜିଟ ପୋଲରେ କୁହାଯାଇଛି। ସେହିପରି କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳଗୁଡ଼ିକ ୨୦୧୯ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଓ ୟୁପିଏ ୯୧ଟି ସିଟ ଜିତିଥିଲା। ହେଲେ ଏଥର ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ଏକଜିଟ ପୋଲରେ କୁହାଯାଇଛି। ଦେଶରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୨୭୨।
ଜନ୍‌ କି ବାତ୍‌ର ତଥ୍ୟ ଅନୁଯାୟୀ ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ।
Republic ଭାରତ-ପି ଏମଆରକ୍ୟୁର ଏକ୍‌ଜିଟ୍ ପୋଲ ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏ ୩୫୯, କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନ ଜିତିବେ।
ଇଣ୍ତିଆ ନ୍ୟୁଜ-ଡି ଡାଇନାମିକାର ଏକଜିଟ ପୋଲରେ କୁହାଯାଇଛି ଯେ ଏନଡିଏ ୩୭୧, ଇଣ୍ଡିଆ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ
Matrize କହିଛି ଯେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ।
ଟିଭି ୫ ତେଲୁଗୁର ସର୍ଭେରୁ ଜଣାପଡ଼ିଛି ଯେ ଏନଡିଏ ୩୫୯, ଇଣ୍ଡିଆ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ବାଜିମାତ କରିବେ।
ଯଦି ଆମେ ପୁଲ ଅଫ ଏକଜିଟ ପୁଲ୍ସ ଦେଖିବା ତା’ହେଲେ ବିଜେପି ୩୬୫, ଇଣ୍ତିଆ ୧୪୨ ଓ ଅନ୍ୟାନ୍ୟ ଦଳ ୩୬ଟି ଆସନ ଜିତିବେ।