Img 20240527 Wa0294

ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷଙ୍କୁ ପ୍ରାକ୍ତନ ସାଂସଦ ଈଂ ରାମଚନ୍ଦ୍ର ହାଁସଦା ଙ୍କ ରାମ ସେନା ତରଫରୁ ସମର୍ଥନ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର- ସାରସକଣା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ବିଜେଡି ପ୍ରାର୍ଥୀ ଡଃ ଦେବାଶିଷ ମାରାଣ୍ଡିଙ୍କୁ ରାମସେନା ତରଫରୁ ପୁର୍ଣ୍ଣ ସମର୍ଥନ କରାଯାଇଛି ।ମୟୂରଭଞ୍ଜର ପୁର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଂସଦା ମୟୂରଭଞ୍ଜର ବିକାଶ ଓ ଉନ୍ନତି ପାଇଁ ବହୁକାର୍ଯ୍ୟ କରିଛନ୍ତି, ଓ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏବେ ମଧ୍ୟ ଜାରି ରଖିଛନ୍ତି। ହେଲେ ଚଳିତ ସାଧାରଣ ନିର୍ବାଚନରେ ନିଜେ ପ୍ରତିଦ୍ବନ୍ଦ୍ବିତା ନକରି ସାରସକଣା ବାସିଙ୍କର ପ୍ରଗତି ଓ ଆଦିବାସୀଙ୍କର ଉନ୍ନତି ସହିତ ସୁରକ୍ଷା ପାଇଁ ରାମଚନ୍ଦ୍ର ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡିଙ୍କୁ ସମର୍ଥନ କରିଛନ୍ତି। ସୋମବାର ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ବ୍ଲକ ଦିଶମ ଜାହେରଠାରେ ଇଂ ରାମଚନ୍ଦ୍ର ହାଂସଦା ନିଜର ପାଞ୍ଚଶହରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହିତ ଆଲୋଚନା କରିବା ସହିତ ଦେବାଶିଷ ମାରାଣ୍ଡିଙ୍କ ଉପସ୍ଥିତିରେ ଦେବାଶିଷଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶୋଇ,ବିଜାତଳା, ସାରସକଣା ସହିତ ବିଭିନ୍ନ ଅଞ୍ଚଳର ବହୁ ରାମସେନାର ସଦସ୍ୟ ଉପସ୍ଥିତ ହୋଇଥିଲେ ।