Bobydas55

ସମ୍ବଲପୁର ବାସୀ ପ୍ରଚାରରେ ଭଳିବେ ନାହିଁ କାମ ଦେଖି ଭୋଟ ଦେବେ : କର୍ମଯୋଗୀ ବବିଙ୍କ ସପକ୍ଷରେ ଅସମ୍ଭବ ଲହର

State

ଭୁବନେଶ୍ବର : ସମ୍ବଲପୁର ଲୋକସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ଥିବା ବେଳେ ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସପକ୍ଷରେ ସୃଷ୍ଟି ହୋଇଛି ଅସମ୍ଭବ ଲହର | ପ୍ରଣବ ପ୍ରକାଶ ଏହି ନିର୍ବାଚନରେ ସମ୍ମୁଖୀନ ହେଉଛନ୍ତି ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ଯାହାଙ୍କ ପାଇଁ ଦିଲ୍ଲୀରୁ ନେତାଙ୍କ ସୁଅ ଛୁଟିଥିଲା | ତଥାପି ଲୋକେ ପ୍ରଚାର ନୁହେଁ କାମ ଦେଖି ଭୋଟ ଦେବେ ବୋଲି ପ୍ରଣବ ପ୍ରକାଶ ସବୁବେଳେ କହି ଆସିଛନ୍ତି | କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ହେଲେ ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି ପ୍ରଣବ ପ୍ରକାଶ ଆରମ୍ଭ ଦିନରୁ କହି ଆସିଛନ୍ତି ଓ ସମ୍ବଲପୁର ବାସୀଙ୍କ ଉପରେ ଏହା ପ୍ରଭାବ ପକାଇଛି |
ପ୍ରଣବ ବାବୁ ଚୁପ୍‌ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ ନିର୍ବାଚିତ କଲେ ସମ୍ବଲପୁର ଅଞ୍ଚଳରେ ବିକାଶ ଜୋରଦାର ହେବ ବୋଲି ଜନସାଧାରଣଙ୍କ ଭିତରେ ଏକ ଧାରଣା ସୃଷ୍ଟି ବୋଇଥିବା ଲକ୍ଷ୍ୟ କରାଯାଇଛି |

Pandianinsambalpur1
ପ୍ରଣବ ତାଙ୍କର ପ୍ରଚାର ସମୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୧୦ ବର୍ଷ ବିଜେପି ସରକାର ରହିଲା, ଦରଦାମ ବଢିଲା, ଏଲପିଜି, ପେଟ୍ରୋଲ, ଡିଜେଲ, ସବୁ ଦର ବଢିଲା, ବେରୋଜଗାରୀ ମଧ୍ୟ ବଢିଲା, ଯାହା କହିଥିଲେ ଗୋଟେ ବି କାମ କଲେନି | ମାତ୍ର ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ ହୋଇଛି |
ଲୋକମାନଙ୍କ ସହିତ ପ୍ରଣବପ୍ରକାଶଙ୍କ ସଂପର୍କ ଏହା ଭିତରେ ଅତ୍ୟନ୍ତ ନିବିଡ଼ ହୋଇଛି | ପ୍ରଣବ ସମ୍ବଲପୁରର ଜନସାଧାରଣଙ୍କ ବିଶ୍ବାସଭାଜନ ହୋଇ ପାରିଛନ୍ତି | କାରଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପ୍ରୟାସରେ ମା’ ସମଲେଶ୍ୱରୀଙ୍କ ମନ୍ଦିରର ରୂପାନ୍ତରଣ ହୋଇଛି | ଏଥିରେ ରହିଛି ନୂତନ ମନ୍ଦିର ବେଢା ନିର୍ମାଣ, ଐତିହ୍ୟ କରିଡ଼ର, ପୁଷ୍କରିଣୀ ସ୍ଥଳ, ପାର୍କିଂସ୍ଥଳୀ, ପୋଡିୟମ, ଧାଡ଼ି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ | ଯାତ୍ରୀଙ୍କ ସୁବିଧା ପାଇଁ ଫାର୍ଷ୍ଟ ଏଡ୍ ଓ ଅନ୍ୟ ମେଡିକାଲ ସେବାର ସୁବିଧା | ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବା ସୁବିଧା ହୋଇଛି | ଏହା ସମ୍ବଲପୁରବାସୀଙ୍କ ଭାବାବେଗ ସହିତ ଜଡ଼ିତ | ଆଉ ଏହି କାମ ପ୍ରଣବ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ ସମ୍ଭବପର ହୋଇ ପାରିଛି |
ସମ୍ବଲପୁର ଜିଳ୍ଲାର ବିଜୁ ଜନତାଦଳର ସରକାରଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟସବୁ ପ୍ରଣବଙ୍କ ସପକ୍ଷ ଲହରକୁ ତୀବ୍ର କରିଛି | ଏସବୁ ଭିତରେ ରହିଛି ମୋଟ ୨୮୩ ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟରର ଉନ୍ନତିକରଣ , ଭିମ୍‌ସାର୍‌ର ଉନ୍ନତୀକରଣ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ , ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ର ଉନ୍ନତୀକରଣ, ବୁର୍ଲାରେ ଫୁଟବଲ୍‌ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ୩୫୦ କୋଟି ପ୍ରଦାନ, ବୁର୍ଲା ଇନ୍‌ଡୋର୍‌ ଷ୍ଟାଡିୟମ୍‌, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ଉନ୍ନତୀକରଣ, ୧୩,୪୨୩ ଛାତ୍ରୀଛାତ୍ରଙ୍କୁ ୧୩.୫ କୋଟି ଛାତ୍ରବୃତ୍ତି ପ୍ରଦାନ, ରେଙ୍ଗାଲି ଓ ବାମଣ୍ଡାକୁ ନୂଆ ଏନଏସି ଘୋଷଣା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ହଜାର ହଜାର ବରିଷ୍ଠ ବ୍ୟକ୍ତିଙ୍କ ତୀର୍ଥ ଭ୍ରମଣ, ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଉନ୍ନତି, ଚାରି ମହଲା ବିଶିଷ୍ଟ ମାଆ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗଠୁ ଆରମ୍ଭ କରି ସମସ୍ତ ବିଭାଗରେ ଉନ୍ନତି | କେବଳ ସମ୍ବଲପୁର ନୁହଁ ଏହି ଲୋକସଭା ନିର୍ବାଚନମଣ୍ଡଳୀର ସବୁକ୍ଷେତ୍ରରେ ସରକାରଙ୍କ କାମ ସ୍ପଷ୍ଟ ଲୋକଙ୍କୁ ଅନୁଭୂ ହୋଇଛି | କେବଳ ସେଇଥିପାଇଁ ପ୍ରଣବ ଆବେଦନ ଆପଣମାନେ ପ୍ରଚାର ନୁହେଁ କାମ ଦେଖନ୍ତୁ ସଫଳ ହୋଇଛି |