Evm Story

ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ ମତଦାନ ଆରମ୍ଭ, ଇଭିଏମ ତ୍ରୁଟି ପାଇଁ କିଛି ସ୍ଥାନରେ ଭୋଟିଂରେ ବିଳମ୍ବ

Politics State

ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ ମତଦାନ ଆରମ୍ଭ । ମାଲକାନଗିରିରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଇଭିଏମ ତ୍ରୁଟି ପାଇଁ କିଛି ସ୍ଥାନରେ ପୋଲିଂ ଆରମ୍ଭ ବିଳମ୍ବ ହୋଇଥିଲା। ମାଲକାନଗିରିର ବଙ୍ଗାଳି ପ୍ରାଥମିକ ବିଦ୍ଯାଳୟ ମତଦାନ କେନ୍ଦ୍ରର ବୁଥ ନଂ ୬୩ ରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ ଖରାପ ହେବା ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ସେହିପରି କୁମୁଟିଗୁଡ଼ାରେ ୬୬ ନଂ ବୁଥ୍‌ରେ ମଧ୍ୟ ଭୋଟିଂରେ ବିଳମ୍ବ ହୋଇଥିଲା। ମାଲକାନଗିରି ପୌରପରିଷଦର ବିବିଗୁଡା ବୁଥ୍‌ରେ ମଧ୍ଯ ଇଭିଏମ ତ୍ରୁଟି ଦେଖାଦେଇଥିଲା।

ସେହିପରି ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଖଡ଼ିଆଳ ଲୋହରାପାଲି ୮୯ ବୁଥ୍‌ରେ ମତଦାନରେ ବିଳମ୍ବ। ଏଠାରେ ଇମିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଥିଲା। ଖଡ଼ିଆଳ ପୋଡ଼ାପାଲିର ୭୨ ନଂ ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଥିଲା। ସେହିପରି ମାଟାପାକା ଠାରେ ବୁଥ୍ ନଂ ୮୫ରେ ମକ୍ ପୋଲ ବେଳେ ଭିଭିପାଟ୍‌ରେ ତ୍ରୁଟି ଦେଖାଦେଇଥିଲା। ସେକ୍ଟର ଅଫିସର ଭିଭିପାଟ୍ ବଦଳାଇ ଭୋଟ ଆରମ୍ଭ କରିଥିଲେ। ଉପସ୍ଥିତ ଅଧିକାରୀମାନେ ଏନେଇ ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରିଥିଲେ।

କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରରେ ୧୩୯ ବୁଥ ନମ୍ବରରେ ଇଭିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଥିଲା। କଳାହାଣ୍ଡି ଭବାନିପାଟଣାରେ ଇଭିଏମ୍ ମେସିନ ଖରାପ ଯୋଗୁ ବୁଥ୍ ନଂ ୧୦୪,୧୦୬,୧୦୫ରେ ମତଦାନ ବିଳମ୍ବ ହୋଇଥିଲା। ଏନେଇ ଭୋଟରଙ୍କ ଅସନ୍ତୋଷ ସୃଷ୍ଟି ହୋଇଥିଲା।