Onn 3

ଗାଁ ଗାଁରେ ବିଜେଡି ସାଂସ୍କୃତିକ ସମନ୍ୱୟ ସମ୍ମୁଖ୍ୟର କାର୍ଯ୍ୟକ୍ରମ

State

ଗାଁଗାଁ ରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ବାରିପଦା: ସାରା ଓଡ଼ିଶାରେ ଗ୍ରାମାଞ୍ଚଳ କଳାକାର ମାନଙ୍କର ବିକାଶ ଏବଂ କଲ୍ୟାଣ ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଥିବା ବେଳେ ହଜାରହଜାର କଳାକାର ଏହାର ଉପକାରିତା ପାଉଛନ୍ତି | କଳାକାର ମାନଙ୍କୁ ନେଇ ଗଠିତ ବିଜେଡିର ଛାମୁଆ ସଂଗଠନ ବିଜେଡି ସାଂସ୍କୃତିକ ସମନ୍ୱୟ ସମ୍ମୁଖ୍ୟ ସାରା ଓଡ଼ିଶାରେ କାର୍ଯ୍ୟ କରୁଥିବା ବେଳେ, ମୟୁରଭଞ୍ଜ ଜିଲ୍ଲାରେ ବେଶ ସଫଳତାର ସହିତ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି | ସମ୍ମୁଖ୍ୟର ଜିଲ୍ଲା, ବ୍ଲକ, ଗ୍ରାମପଞ୍ଚାୟତ ଏବଂ ଗ୍ରାମ ସ୍ତରର ସଂଯୋଜକ ମାନେ ସଂଗଠିତ ଭାବରେ ବର୍ତ୍ତମାନ ଗାଁ ଗାଁ ରେ କଳାକାର ମାନଙ୍କୁ ସଂଗଠିତ କରି କଳାକାର ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଙ୍ଗିକାରବଦ୍ଧତା ବିଷୟରେ ସଚେତନ କରିବା ସହିତ ସରକାରୀ ଯୋଜନା କିଭଳି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚିବ ସେ ଦିଗରେ ସଚେତନ କରାଉଥିବାର ଦେଖିବାକୁ ମିଳୁଛି | ଗାଁ ଗାଁ ରେ ଏବେ କଳାକାର ମାନେ ମଧ୍ୟ ବିଜେଡି ଦଳ ବିଷୟରେ ପ୍ରଚାର ପ୍ରସାର କରୁଛନ୍ତି | ଏପରିକି ମୟୁରଭଞ୍ଜରେ ବହୁ ଅପହଞ୍ଚ ସ୍ଥାନରେ ମଧ୍ୟ ସ୍ଥାନୀୟ କଳାକାର ମାନେ ନିଜନିଜର କଳା ମାଧ୍ୟମରେ ଦେଶୀ ଭାଷାରେ ବିଜେଡିର ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇ ଛନ୍ତି ଆଗାମୀ ଦିନରେ ଏହା ବ୍ୟାପକ ଭାବରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି, ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି |