Re

ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବ

Politics State

ବାରିପଦା: ସାଧାରଣ ନିର୍ବାଚନ୨୦୨୪ ଆଉ ୨୫ ଦିନ ବାକି ରହିଲା । ସମସ୍ତ ରାଜନୈତିକ ଦଳ ନିଜର ପଲାକୁ ଭାରି କରିବା ପାଇଁ ବ୍ୟସ୍ତ । ନିର୍ବାଚନ ପ୍ରଚାର ଓ ପ୍ରସାରରେ ବିଜେଡି ବର୍ତମାନ ସୁଦ୍ଧା ସମସ୍ତଙ୍କ ଆଗରେ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ନେଇ ସମସ୍ତ ବ୍ଳକ ଜୋନ ଏବଂ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଆପାତତଃ ସାରି ଦେଇଛି ।ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ରାଇରଙ୍ଗପୁର ସହରରେ ବିଜେଡି ତରଫରୁ ଏକ ବିଶାଳ ମହାମିଶ୍ରଣ ପର୍ବ ଓ ବାଇକ ରାଲି ଜିଲ୍ଲା ବିଜେଡ଼ି କାଶୀନାଥ ହେମ୍ବ୍ରମ,ଯୁବ ବିଜେଡ଼ି ଜିଲ୍ଲା ସଭାପତି ଅଭିଶେକ ପଟ୍ଟନାୟକ ଏବଂ ଜିଲୂ ସଭାନେତ୍ରୀ ତନୁଜା ମହାନ୍ତଙ୍କ ନେତୃତ୍ୱରେ ସ୍ଥାନୀୟ ଯଶୋଦା ପେଟ୍ରୋଲ ପମ୍ପ ନିକଟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶତାଧିକ ଅନ୍ୟ ଦଳ ଅର୍ଥାତ୍ ଭାରତୀୟ ଜନତା ପାର୍ଟି ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଲୋକେ ଉପଖଣ୍ଡର ବିଭିନ୍ନ ବ୍ଲକ ତଥା ମ୍ୟୁନିସିପାଲିଟିର ସଦସ୍ୟମାନେ ଯୋଗ ଦେଇଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ପାର୍ଥୀ ସୁଦାମ ମାର୍ଣ୍ଡି, ରାଇରଙ୍ଗପୁର ବିଧାନସଭା ପାର୍ଥୀ ରାଇସେନ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଚମ୍ପୁଆ ବିଧାୟିକା ତଥା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ଯଵେକ୍ଷିକା ମୀନାକ୍ଷୀ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ ଓ ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଏହି ସଭାରେ ଇସାନ ମିଶ୍ର, ପୁର୍ଣ୍ଣଚନ୍ଦ୍ର ବସା, ପଙ୍କଜ ଦାସ, ରତିକାନ୍ତ ପରୀକ୍ଷା, ଦୀପ୍ତିମାନ ବଳ, ଜ୍ଞାନରଂଜନ ହେମ୍ବ୍ରମ, ହରେକୃଷ୍ଣ ମଣ୍ଡଳ, ସୂର୍ଯ୍ୟମଣି ହାଁସଦାଃ, ବଳଦେବ ହେମ୍ବ୍ରମ, ପରେଶ ଚନ୍ଦ୍ର ମୁଣ୍ଡା, ଜନତା ବସା, ଜଗଦୀଶ କ୍ଷେତ୍ରୀ, ବିଜୟନନ୍ଦ ମିଶ୍ର, ପ୍ରଭାତ କୁମାର ବାରିକ, ମନୋଜ କୁମାର ବସା, ସଚ୍ଚିଦାନନ୍ଦ ମହାନ୍ତ, ସୁବାଷ ମଣ୍ଡଳ, ସ୍ଥଳପଦ୍ମ ହାଁସଦାଃ , ପଞ୍ଚୁ ଲୋହାର ତଥା ଅନ୍ୟମାନେ ଯୋଗ ଦେଇଥିଲେ | ଏହି ସଭାରେ ବିଭିନ୍ନ ବ୍ଲକର ସଭାପତି, ଉପସଭାପତି , ଜିଲ୍ଲାପରିଷଦର ସଭ୍ୟସଭ୍ୟା ତଥା ସୟଂସହାୟକ ଗୋଷ୍ଠୀର ମହିଳାମାନେ ବହୁ ସଖ୍ୟାରେ ସମବେତ ହୋଇଥିଲେ | ଏହି ସଭାରେ ବହୁ କର୍ମୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଏବଂ ଗରୀବ ଜନକଲ୍ଯାଣ ନୀତିରେ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ |ସାଂସଦ ‌ପ୍ରାର୍ଥୀ ସୁଦାମ ମାରାଣ୍ଡୀ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସେଥିପାଇଁ ଏଠାକାର ଅଂଚଳ ବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିବା ସହ ବିପୁଳ ପରିମାଣରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ବିନମ୍ର ଅନୁରୋଧ କରିଥିଲେ |

R1