3b7e406a Bedd 4b7b 9d7e B907de0402a0

ମାଲଗୋଦାମ ପୂଜା କମିଟିର ସାଧାରଣ ସଂପାଦକ ନିଜାମୁଦ୍ଦିନ୍‌ ଅହମ୍ମଦଙ୍କର ଦେହାନ୍ତ

State

କଟକ : ସୋମବାର ରାତି ୧୦ଟା ୩୦ ମିନିଟ୍ ସମୟରେ ମାଲଗୋଦାମ ପୂଜା କମିଟିର ସାଧାରଣ ସଂପାଦକ ନିଜାମୁଦ୍ଦିନ୍‌ ଅହମ୍ମଦଙ୍କର ଏକ ବେସରକାରୀ ମେଡିକାଲରେ ଦେହାନ୍ତ ହୋଇଯାଇଛି | ସେ ମାଲଗୋଦାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ | ତାଙ୍କ ଦେହାନ୍ତ ଖବର ପାଇ ମାଲଗୋଦାମ ବ୍ୟବସାୟୀମହଲରେ ଶୋକର ଛାୟା ଖେଳିଯାଇଛି | ତାଙ୍କର ଦେହାନ୍ତରେ ମଙ୍ଗଳବାର ମାଲଗୋଦାମର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ତାଙ୍କ ସମ୍ମାନାର୍ଥେ ବନ୍ଦ ରହିଥିଲା |

2fbd60ab 3679 44b7 B1d7 F86c458886b7

ତାଙ୍କର ମରଶରୀର ନିକଟରେ ମାଲଗୋଦାମର ପୂଜାକମିଟିର ସଭାପତି ଧର୍ମାନନ୍ଦ ପାତ୍ର, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅନ୍ୟାନ୍ୟ ପୂଜା କମିଟିର କର୍ମକର୍ତ୍ତା, କଟକ ବଣିକ ସଂଘର ସାଧାରଣ ସଂପାଦକ ପ୍ରଫୁଲ୍ଲ ଛାଟୋଇ, ଯୁଗ୍ମ ସଂପାଦକ ପ୍ରଶାନ୍ତ ପାତ୍ର, ଶ୍ରୀମନ୍ତ ସାହୁ, ଉପସଭାପତି ଦୀପକ ଶାହା , ପବନ ସାନ୍ତାଳିଆ, ଅବ୍ଦୁଲ ରବ, ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘର ସଭାପତି ମଧୁସୁଦନ ରାଉତ, ସଂପାଦକ ସୁନୀଲ ପାତ୍ର, ଖୁଚୁରା ବ୍ୟବସାୟୀ ସଂଘର ସଭାପତି ବିନୋଦଚନ୍ଦ୍ର ସାହୁ, ସଭ୍ୟ ସୁନୀଲ କୁମାର ସ୍ବାଇଁ, ତପନ କୁମାର ପଲେଇ, ମାଲଗୋଦାମ ଶ୍ରମିକ ସଂଘର କର୍ମକର୍ତ୍ତାଙ୍କ ସହ ମାଲଗୋଦାମର ବହୁ ମାନ୍ୟଗଣ୍ୟ ବ୍ୟବସାୟୀ ଉପସ୍ଥିତ ହୋଇ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ |