Bg

ଟ୍ରକକୁ ଧକ୍କା ଦେଲା ବସ୍ : ଡ୍ରାଇଭର ଓ ହେଲପର ମୃତ

State

ସୁବର୍ଣ୍ଣପୁର: ଟ୍ରକକୁ ଧକ୍କାଦେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଡ୍ରାଇଭର ଡମ୍ବରୁଧର ସ୍ୱାଇଁ (୫୩)ଏବଂ ହେଲପର ଶିବ୍ରମ ଗୌଡ଼ (୩୨) । ବଲାଙ୍ଗୀର- ସୋନପୁର ୫୭ନମ୍ବର ଜତୀୟ ରାଜପଥ ହରଡ଼ଖୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ମୁତାବକ, ଜୟପୁରରୁ କଟକକୁ ଯାଉଥିବା ଏକ ଘରୋଇ ବସ୍ ଭୋର ସମୟରେ ହରଡ଼ଖୋଲ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବସରେ ଥିବା ୪୦ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଖବର ପାଇ ସୋନପୁର ପୋଲିସ୍ ଗାଡି ଓ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି  ।