Untitled 1 70

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର

State

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର ରାଉତରାୟଙ୍କ ଫଟୋ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଲୋଚନା ତୀବ୍ର ହୋଇଛି। କେବଳ ଏତିକି ନୁହେଁ ଫଟୋରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଫଟୋ ମଝିରେ ସୁର ଠିଆ ହୋଇଛନ୍ତି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ସୁର ବାବୁ ବିଜେଡିକୁ ଆସିଗଲେ ।

ସୁରଙ୍କ ଦୁଇ ପୁଅ ଦୁଇଟି ରାଜନୈତିକ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି। ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡା ଆସନରୁ କଂଗ୍ରେସର ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଟିକେଟ୍‌ରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ । ତେବେ ଏପରି ସ୍ଥଳେ ସୁର କାହାକୁ ସପୋର୍ଟ କରିବେ ସେନେଇ ଦ୍ୱନ୍ଦରେ ଅଛନ୍ତି। କିଛି ଦିନ ତଳେ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ସୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି ।