Fd

ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୩ ମୃତ, ୪୦ ଆହତ

State

ଯାଜପୁର: ଯାଜପୁର କୁଆଖିଆର ଓଲଟିଲା ଯାତ୍ରୀବାହୀ ବସ୍। କାଳିଆନନା ନାମକ ଏକ  ବସ୍ କୋଲକାତା ଅଭିମୁଖେ ଯାଉଥିବା ବେଳେ କୁଆକିଆ ବାରବାଟୀ ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ରୁ ଓଲଟି ପଡ଼ିଥିବା ସୂଚନା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖି ୪୦ ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ପୁରିରୁ କୋଲକାତା ଯାଉଥିଲା। କୁଆଖିଆ ନିକଟରେ ହଠାତ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍‌ଟି ବ୍ରିଜ ତଳକୁ ଓଲଟି ପଡ଼ିଥିଲା। ପାଖାପାଖି ରାତି ୯.୧୦ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।