Similipal (2)

ବର୍ଷା ଓ ଘନ କୁହୁଡି ଯୋଗୁଁ ପର୍ଯ୍ୟଟକ ଙ୍କ ପାଇଁ ବନ୍ଦ ରହିଛି ଶିମିଳିପାଳ ଅଭୟାରଣ୍ୟ

State

ବାରିପଦା: ମୟୁରଭଞ ଜିଲାରେ ମଙ୍ଗଳବାର ଏବଂ ବୁଧବାର ଲଗାଣ ବର୍ଷା ଏବଂ ଘନ କୁହୁଡି ଯୋଗୁଁ ପର୍ଯ୍ୟଟକ ଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଅଛି । ଗତକାଲି ବୁଧବାର ପର୍ଯ୍ୟଟକ ଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଥିବାବେଳେ ଆଜି ଗୁରୁବାର ମଧ୍ୟ ଶିମିଳିପାଳ ବନ୍ଦ ରହିଅଛି । ପାହାଡିଆ ରାସ୍ତାରେ ପର୍ଯ୍ୟଟକ ମାନଙ୍କ ଚଳାଚଳ ର ସୁରକ୍ଷା କୁ ଦୃଷ୍ଟିରେ ରଖି ଶିମିଳିପାଳ କତ୍‌ୃପକ୍ଷ ଙ୍କ ପକ୍ଷରୁ ଏହି ପ୍ରକାର ନିଷ୍ପତି ନିଆଯାଇଅଛି । ଅନ୍ୟପଟେ ରାତ୍ରୀ ରହଣିପାଇଁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଖୋଲା ରହିଅଛି । ଶିମିଳିପାଳ ଅଭୟାରଣ୍ୟରେ ଲଗାଣ ବୃଷ୍ଟିପାତ ଯୋଗୁଁ ଭିତରେ ଥିବା ଜଳାଶ୍ରୟ ଏବଂ ପ୍ରବାହିତ ନଦୀ ମାନଙ୍କରେ କିଛିଟା ଜଳସ୍ତର ବୃଦ୍ଧି ପାଇଅଛି । ତେବେ ଆଜି ପାଗରେ ପରିବର୍ତ୍ତନ ଆସିଛି । ତେଣୁ ଶିମିଳିପାଳ ଅଭୟାରଣ୍ୟରେ ବର୍ଷାର ସ୍ଥିତି କୁ ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି ।