ଭୁବନେଶ୍ୱର: ପାଞ୍ଚ ଦିନ ପରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ ଧର୍ମଘଟ ପ୍ରତ୍ୟାହାର ହୋଇଛି । ବିଭିନ୍ନ ଦାବି ନେଇ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ଆଜି ମଧ୍ୟାହ୍ନରୁ ଧର୍ମଘଟ ପ୍ରତ୍ୟାହାର ହୋଇଛି ।
ଏନେଇ ଖୋର୍ଦ୍ଧା ଟ୍ରକ ମାଲିକ ସଂଘ, ବାରଙ୍ଗ ଟ୍ରକ ମାଲିକ ସଂଘ ଓ ମା’ଧାକୁଲେଇ ଟ୍ରକ ମାଲିକ ସଂଘର ମିଳିତ ମଞ୍ଚ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଥିଲା ଯେ ଇ-ଟ୍ରାନଜିଟ୍ ପାସ ସମସ୍ୟା, ବାଲି ଘାଟରେ ସୂଚନା ଫଳକ ନଥିବା ତଥା ବାଲିର ସର୍ବାଧିକ ଖାଉଟି ଦର ସ୍ଥିତ ହୋଇ ନଥିବା କାରଣରୁ ସେମାନେ ବିନା ଭୁଲରେ ବାରମ୍ୱାର ପୁଲିସ ତଥା ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିଲେ ।
ଏହାକୁ ବିରୋଧ କରି ସେମାନେ ମାର୍ଚ୍ଚ ୩ରୁ ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ ଧର୍ମଘଟକୁ ଓହ୍ଲାଇଥିଲେ ।
ଗତକାଲି ପରିବହନ କମିଶନର ଓ ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସେମାନଙ୍କ ଦାବି ପୂରଣ ଲାଗି ପ୍ରତିଶ୍ରରୁତି ମିଳିଥିଲା । ତେଣୁ ଆଜି ମଧ୍ୟାହ୍ନରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି ।