Gun 4

ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି

Crime State

ଭୁବନେଶ୍ବର : ଭୁବନେଶ୍ବର ସପ୍ତମ ବାଟାଲିୟନରୁ ବନ୍ଧୁକ ଚୋରି। ରାଷ୍ଟ୍ରପତିଙ୍କ ଡ୍ଯୁଟିରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । INSAS ରାଇଫଲ ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ IR ବାଟାଲିୟନର ସବ ଇନିସପେକ୍ଟର ପି .ଲଛମେୟା ।

ଗତ ୧୦ ତାରିଖରେ ସେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଆସିଥିଲେ। ସେ ସପ୍ତମ ବାୟାଲିୟନ ବାରାକରେ ରହୁଥିଲେ। ମାର୍ଚ୍ଚ ୨ ତାରିଖରେ ଡ୍ଯୁଟି ସାରି କ୍ୟାମ୍ପକୁ ଫେରିଥିଲେ। ନିୟମ ଦୃଷ୍ଟିରୁ ସବୁ ଦିନ ଭଳି ସେ ଦିନ ସନ୍ଧ୍ୟାରେ ଲୋକ କଲ ହୋଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଗୋଟିଏ INSAS ବନ୍ଧୁକ ଓ ଗୁଳି ଚୋରି ହୋଇଛି। ଏ ନେଇ ତଦନ୍ତ ଜାରି ରହିଛି।