Img 20240219 Wa0127

ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ର ଅବହେଳା

State

ମାର୍ଚ୍ଚ ୪ତାରିଖ ଠାରୁ ସାଇକେଲ ରାଲି ମାଧ୍ୟମରେ ଉପଖଣ୍ଡ ବାସୀଙ୍କୁ ଅବଗତ କରେଇବ ଭଞ୍ଜସେନା

ବାରିପଦା – ଆଦିବାସୀ ବହୁଳ ଅଖଣ୍ଡ ମୟୁରଭଞ୍ଜର ଚାରି ଗୋଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ଅନ୍ୟ ଉପଖଣ୍ଡ ଅପେକ୍ଷା ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ, ତାସତ୍ୱେ ବିକାଶର ପାଦ ଆଜିପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ |ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ ପ୍ରତିନିଧି ଙ୍କ ଅପାରଗତା ତଥା ସାଧାରଣ ଜନତାଙ୍କ ମୌନବ୍ରତ ଯୋଗୁଁ ଏହି ଉପଖଣ୍ଡରେ ଆଜି ମୌଳିକ ସମସ୍ୟା ସମାଧାନ କରିବା ପାଇଁ ରାଜରାସ୍ତାକୁ ଆସିବାକୁ ପଡୁଛି |ଏଣୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ପୁନର୍ବାର ଆଜି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରିପଦାରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ୧୨ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ |
ଦାବୀ ଗୁଡିକ ମଧ୍ୟରେ ଥିଲା;
1/ ବାମନଘାଟି ଉପଖଣ୍ଡରେ ଥିବା ସମସ୍ତ ଛୋଟବଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବୀ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ସହିତ ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ କୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଭାବେ ନିର୍ମାଣ କରିବା |
2/ବାମନଘାଟି ଉପଖଣ୍ଡରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଗଠନ କରାଯାଉ|
3/ଅତିରିକ୍ତ ଜିଲ୍ଲାପାଳଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଉ, ଯଦ୍ୱାରା ଉପଖଣ୍ଡର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ତାସହିତ ସରକାରୀ ଯୋଜନାକୁ ଅଧିକ ସାଧାରଣ ଜନତାଙ୍କ ପାଖେ ପହଞ୍ଚାଇବା ପାଇଁ ବାମନଘାଟି ଉପଖଣ୍ଡ ଅଧୀନରେ ଥିବା ସାତ ଗୋଟି ବ୍ଲକ ରୁ ଦଶ ରୁ ବାର ଗୋଟି ବ୍ଲକ କରାଯାଉ, ଅର୍ଥାତ ବ୍ଲକ ସଂଖ୍ୟା ବୃଦ୍ଧି କରାଯାଉ |
4/ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମଏଫ ) କୁ କେବଳ ଖଣି ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ସନ୍ତୁଳନ ଉପରେ ଖର୍ଚ୍ଚ କରାଯାଉ |
5/ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡର ଆଦିବାସୀ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରକୃତ କାର୍ଯ୍ୟ କରିବା ପରିବର୍ତ୍ତେ କେବଳ ଠିକାଦାରୀ କାର୍ଯ୍ୟ କୁ ପ୍ରାଥମିକତା ପ୍ରଦାନ କରିଆସୁଥିବା ରାଇରଙ୍ଗପୁର ଆଇ.ଟିଡି.ଏ କୁ ତାର ପ୍ରକୃତ କାର୍ଯ୍ୟ କରିବା ପାଇଁ ନିର୍ଦେଶ ପ୍ରଦାନ କରାଯାଉ ଏବଂ ଚାଲୁଥିବା କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ 6/ଫୁଟବଲ ଖେଳର ଏନ୍ତୁଡ଼ିଶାଳ ହେଉଛି ମୟୁରଭଞ୍ଜ, ଆଉ କେବଳ ଆଦିବାସୀ ଯୁବକ ଯୁବତୀ ମାନେ ହିଁ ଫୁଟବଲ ଖେଳିଥାନ୍ତି ତେଣୁ ସର୍ବାଧିକ ଆଦୃତ ଆଦିବାସୀ ବହୁଳ ମୟୁରଭଞ୍ଜର ବାମନଘାଟି ଉପଖଣ୍ଡରେ ହିଁ ଯଥାଶୀଘ୍ର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉ |
7/(A)ଦୀର୍ଘଦିନରୁ ରାଇରଙ୍ଗପୁର ମ୍ୟୁନିସିପାଲିଟି ଦ୍ୱାରା ସମ୍ପାଦନ ହୋଇଆସୁଥିବା ଅଧାପନ୍ତରିଆ ଓ ନିମ୍ନମାନର ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କୁ ତୁରନ୍ତ ସଠିକ ଭାବେ ସମ୍ପାଦନ କରିବା ସହିତ(B) ରାଇରଙ୍ଗପୁର ସହରରେ ପାଞ୍ଚ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିବା ଏକମାତ୍ର ମହତାବ ଭବନ (ଟାଉନ ହଲ) କୁ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ କରାଯାଉ
8/1963ରେ ସ୍ଥାପିତ ରାଇରଙ୍ଗପୁର କଲେଜକୁ ସରକାର ତୁରନ୍ତ ହାତକୁ ନେଉ |
9/ବାମନଘାଟି ଉପଖଣ୍ଡରେ ତୁରନ୍ତ ଏକ ଖଣିଜ ଭିତ୍ତିକ ଲୌହ ଶିଳ୍ପ ପ୍ରତିଷ୍ଠା ସହିତ ପଡୋଶୀ ଝାଡ଼ଖଣ୍ଡ କୁ ପ୍ରତିଦିନ ହେଉଥିବା ଖଣିଜ ଓ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକାଯାଉ
10/ ପ୍ରସ୍ତାବିତ ଭାଲୁବସା -ପୁରୁଣାପାଣି ବାଇପାସ ରୋଡ କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରାଯାଉ, ଏବଂ ଜନଗହଳି ସମୟରେ ରାଇରଙ୍ଗପୁର ସହର ମଧ୍ୟରେ ଭାରୀଯାନ ଚଳାଚଳ ସଂମ୍ପୂର୍ଣ ଭାବେ ବନ୍ଦ କରାଯାଉ |
11/ ବାଙ୍ଗିରିପୋଷି -ଗୋରୁମହିଷାଣୀ, ବାଦାମପାହାଡ଼ -କେନ୍ଦୁଝର ନୂତନ ରେଳପଥ ନିର୍ମାଣ ର ଘୋଷଣା ତୁରନ୍ତ କରାଯାଉ |
12/ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ରେ ତୁରନ୍ତ ରେଗୁଲାର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ନିଯୁକ୍ତି ପ୍ରଦାନ କରାଯିବା, ପାସପୋର୍ଟ ସହାୟତା କେନ୍ଦ୍ର ଏବଂ ବହୁ ଦିନରୁ ଆକାମୀ ହୋଇ ପଡିରହିଥିବା ଆଧାର ସେଣ୍ଟର କୁ ପୁନର୍ବାର କାର୍ଯ୍ୟକାରୀ କରାଯାଉ ,ଇତ୍ୟାଦି
ଅବହେଳିତ ଅବସ୍ଥାରେ ଥିବା ବାମନଘାଟି ଉପଖଣ୍ଡ ବାସୀଙ୍କ ସ୍ୱାର୍ଥକୁ ଆଗ୍ରାଧିକାର ଦେଇ ଆଗାମୀ ୧୦ଦିନ ମଧ୍ୟରେ ଉପରୋକ୍ତ ଦାବୀ ଗୁଡିକୁ ପୂରଣ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା ନ କଲେ, “ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ରୁ ମାର୍ଚ୍ଚ ୪ତାରିଖ ଠାରୁ ଏକ ସାଇକେଲ ରାଲି ଉପଖଣ୍ଡ ର ସମସ୍ତ ବ୍ଲକ ପରିକ୍ରମା କରି ୫/୬ ଦିନ ପରେ ରାଇରଙ୍ଗପୁର ମୁର୍ମୁ ଛକ ଠାରେ ସମାପ୍ତ” ହେବ ଏବଂ ଉକ୍ତ ଦିନ ଗୁଡିକରେ ଉପଖଣ୍ଡ ବାସୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖା ଦେଖାଯିବ ବୋଲି ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ କୁହାଯାଇଅଛି |
ଦାବୀ ପତ୍ରରେ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦରମୋହନ ଟୁଡୁ ଙ୍କ ସହିତ ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ,ଜିଲ୍ଲା ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ମୁର୍ମୁ, ଜାମଦା ବ୍ଲକ ସମ୍ପାଦକ ଭାଗବତ ହେମ୍ବ୍ରମ, ଅକ୍ଷୟ କୁମ୍ଭକାର, ସୁନୀଲ କୁମାର ପାତ୍ର, ଭାଗମାତ ସୋରେନ, ରୟା ମୁର୍ମୁ, ଠାକୁରଦାସ ସୋରେନ, ସନୁ ପାତ୍ର, ରାଜେଶ ମାରାଣ୍ଡି, କୁଆଁର ମାରାଣ୍ଡି, ବିକ୍ରମ ବାସ୍କେ, ରାମପାଣ୍ଡୁ ଦାସ ବାସ୍କେ, ଠାକୁରଦାସ ମାରାଣ୍ଡି ପ୍ରମୁଖ ସ୍ଵାକ୍ଷର କରିଥିଲେ |
ଆଜିର କାର୍ଯ୍ୟକ୍ରମ ରେ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା ଓ ଓବିସି ଶାଖା ସଭାପତି ରାକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |