ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୪ରେ ସଂଶୋଧିତ ବୀତ୍ତିୟ ନିଅଣ୍ଟ ୫.୮% ରହିବ। ସେହିପରି ଏହାକୁ ୫.୧% କରିବାକୁ ସରକାର ଯୋଜନା କରିଛନ୍ତି।
ସେ କହିଛନ୍ତି, ବିତ୍ତୀୟ ନିଅଣ୍ଟ ବଜେଟର ୫.୮% ରହିବ ବୋଲି ଆକଳନ କରାଯାଇଛି। ଦେଶର ଅଭିବୃଦ୍ଧି ସ୍ୱାଭାବିକ ରହିବ। ସରକାର ୨୦୨୫-୨୬ ସୁଦ୍ଧା ବୀତ୍ତିୟ ନିଅଣ୍ଟ ୪.୫%ରୁ ତଳକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୨୦୨୪-୨୫ ଆର୍ଥିକ ବର୍ଷରେ ବୀତ୍ତିୟ ନିଅଣ୍ଟ ଜିଡିପିର ୫.୧% ରହିବ ବୋଲି ସୀତାରମଣ କହିଛନ୍ତି।
ସରକାର ବୀତ୍ତିୟ ନିଅଣ୍ଟ ୫.୧%କୁ ଆଣିବା ପାଇଁ କହୁଥିଲେ ହେଁ ଆଦୌ ସହଜ ହେବନାହିଁ। ଯଦି ଆର୍ଥିକ ବର୍ଷ ୨୦୨୪ରେ ବୀତ୍ତିୟ ନିଅଣ୍ଟ ୫.୮% ରହିବ, ତା’ହେଲେ ଏହାକୁ ୨୦୨୫ ସୁଦ୍ଧା ୫.୧%କୁ ଆଣିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିବ। ଏପରି ସ୍ଥିତିରେ ଘରୋଇ ସଂସ୍ଥାରୁ ସରକାରଙ୍କୁ ଋଣ କରିବାକୁ ପଡ଼ିବ। ସରକାରଙ୍କ ଉପରେ ଋଣ ଭାର ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।