Onn 3

ବିଜେଡି ଓ ବିଜେପି ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ଼ଗେ

Politics State

 

mallika

ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ । ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ବଞ୍ଚାଇଛି କଂଗ୍ରେସ, ଭାରତର ଲୋକତନ୍ତ୍ର, ସମ୍ବିଧାନକୁ ନଷ୍ଟ କରୁଛନ୍ତି ମୋଦୀ । ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି । ବିଜେପିକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି, ବିଜେପି-ଆରଏସଏସ ଘୃଣାର ଦୋକାନ ଖୋଲିକି ବସିଛନ୍ତି । ସେଥିପାଇଁ ଏମାନଙ୍କ ଠାରୁ ସତର୍କ ରହିବା ଉଚିତ୍ ।

ବିଜେପି-ଆରଏସଏସ ବିଷ ଭଳି, ଏମାନଙ୍କ ସହ ମିଶିଲେ ଅନିଷ୍ଟ ହେବ । ମଣିପୁର ଜଳୁଛି, କିନ୍ତୁ ମୋଦୀ କୁଆଡେ ଗଲେ । ମୋଦୀ ନାଗାଲାଣ୍ଡ, ମଣିପୁର ଯାଇକି ଦେଖନ୍ତୁ ସେଠାରେ କଣ ସ୍ଥିତି ଅଛି । ଇନ୍ଦିରା ଓ ରାଜୀବ ଦେଶ ପାଇଁ ଜୀବନ ଦେଇଛନ୍ତି । କିନ୍ତୁ ଏବେ ମୋଦୀ ଏବେ ସମସ୍ତଙ୍କର ଜୀବନକୁ ଦୁଃର୍ବିସହ କରି ସାରିଲେଣି । ଇଡି, ଆଇଟି ରେଡ କରି ଶାସନ ଚଳାଇଛନ୍ତି ମୋଦୀ । ଯଦି ମୋଦୀ ଏହିଥର ନିର୍ବାଚନ ଜିତିବେ ତେବେ ଆଉ ନିର୍ବାଚନ ହେବନି । ଏକଛତ୍ରବାଦ ଶାସନ ଚଳାଇବେ, ନିର୍ବାଚନ କରାଇଦେବେନି । ତେଣୁ ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ କରନ୍ତୁ । ସମସ୍ତଙ୍କୁ ଧମକାଇ, ଭୟଭୀତ କରି ରାଜନୀତି କରୁଛି ବିଜେପି । ଏହା ସମସ୍ତଙ୍କର ଶେଷ ଭୋଟ ହେବ, ଯଦି ମୋଦୀଙ୍କୁ ଶାସନ କ୍ଷମତାରୁ ନ ହଟାଇବା । ଯଦି ସାଧାରଣ ଲୋକ ଚାହିିଁବେ ତେବେ ଗଣତନ୍ତ୍ର ବଞ୍ଚିକି ରହିବ, ନଚେତ ଗଣତନ୍ତ୍ର ସବୁଦିନ ପାଇଁ ଶେଷ ହୋଇଯିବ । ଦେଶରେ ଆଜି ମଧ୍ୟ ୩୦ ଲକ୍ଷ ପଦବୀ ଫାଙ୍କା ପଡିଛି । କିନ୍ତୁ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉନି । ମୋଦୀଙ୍କର ପୁରୁଣା ଅଭ୍ୟାସ ହେଉଛି ମିଛ କହିବା । ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି କିଏ ଦେଇଥିଲା । ଏବେ ସୁଦ୍ଧା ୧୦ କୋଟି ଚାକିରି ମିଳିବା କଥା, କିନ୍ତୁ ଚାକିରି ମିଳିଛି କି? କଳାଧନ ଆସିବ, ପ୍ରତ୍ୟେକଙ୍କ ପାଖକୁ ୧୫ ଲକ୍ଷ ଟଙ୍କା ଆସିବ । କିନ୍ତୁ ଏବେ ସୁଦ୍ଧା ୧୫ ଲକ୍ଷ ଟଙ୍କା ଆସିଲା କି? ଏବେ କିଏ ମିଛ କହୁଛି ତାହା ଆଉ କାହାକୁ ଅଛପା ନାହିଁ ।

ଚାଷୀଙ୍କ ଆୟ ଦୁଇଗଣା କରିବାକୁ କହିଥିଲେ କିନ୍ତୁ କରିଲେ କି? ମୋଦୀ ନିଜେ ମିଛ କହୁଛନ୍ତି କିନ୍ତୁ କଂଗ୍ରେସକୁ ଗାଳି ଦେଉଛନ୍ତି । କଂଗ୍ରେସ ଗରିବଙ୍କ ପାଇଁ ଯୋଜନା ଆଣିଛି, କାମ ଦେଇଛି, ଭୋକ ଦୂର କରିଛି । ନବୀନ ସରକାର ଓଡ଼ିଶାରେ ଜଳସେଚନ, ଶୀତଳ ଭଣ୍ଡାର କରିବାକୁ କହିଥିଲା କିନ୍ତୁ ହୋଇଛି କି? ଓଡ଼ିଶାବାସୀଙ୍କୁ ୨୪ ବର୍ଷ ହେବ ମିଛ କହୁଛି କିଏ? ଓଡ଼ିଶାରେ ୪୫ ଲକ୍ଷରୁ ଅଧିକ ଯୁବବର୍ଗ ବେକାରୀ ହୋଇଛନ୍ତି । ପ୍ରତି ବିଭାଗରେ ପଦବୀ ଫାଙ୍କା ପଡିଛି । କିନ୍ତୁ ଚାକିରି କାହିଁକି ମିଳୁନି? ତେଣୁ କଂଗ୍ରେସକୁ ଦୋଷ ଦେବା ବନ୍ଦ କରନ୍ତୁ ବିଜେଡି ସରକାର । ପାର୍ଟନରସିପରେ ସରକାର ଚାଲିଛି ବୋଲି କହି କଟାକ୍ଷ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।