Onn 3

କରସେବକଙ୍କୁ ଗୁଳି କରିବା ଉଚିତ ନିଷ୍ପତ୍ତି ଥିଲା : ଶିବପାଳ ଯାଦବ

National & International

download

ଲକ୍ଷ୍ନୌ: ଅଯୋଧ୍ୟାର ରାମମନ୍ଦିର ଏବେ ଚର୍ଚ୍ଚାର କେନ୍ଦ୍ରରେ ଥିବାବେଳେ ରାଜନୈତିକ ନେତାମାନେ ଭଳିକି ଭଳି ବୟାନ ଦେଇଚାଲିଛନ୍ତି । ଏପରିକି କେତେକ ନେତା ପୁରୁଣା ବିବାଦକୁ ନେଇ ପୁଣି ଥରେ ବୟାନ ଦେଇଚାଲିଛନ୍ତି । ସମାଜବାଦୀ ପାର୍ଟି ନେତା ତଥା ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଭାଇ ଶିବପାଲ ଯାଦବ କରସେବକଙ୍କ ଉପରକୁ ଗୁଳି ଚଳାଇବା ଘଟଣାକୁ ଯଥାର୍ଥ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେହି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ ଗୁଳି ଚାଳନା କରାଯାଇଥିଲା। ବିବାଦୀୟ ସ୍ଥାନରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନେ ଅଦାଲତଙ୍କ ଆଦେଶ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଭଗବାନ ରାମ-କୃଷ୍ଣଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି ଏବଂ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ପରେ ଅଯୋଧ୍ୟା ଯାଇ ରାମଲଲାରେ ପୂଜାର୍ଚ୍ଚନା କରିବେ ବୋଲି ସେ କହିଛନ୍ତି।
ଶିବପାଲ ଯାଦବ କହିଛନ୍ତି ଯେ ସେହି ସମୟରେ କୋର୍ଟଙ୍କ ଆଦେଶ ପାଳନ କରାଯାଇଥିଲା ଏବଂ ମୁଲାୟମ ସିଂହ ସମ୍ବିଧାନର ସୁରକ୍ଷା ପାଇଁ ଗୁଳି ଚଳାଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଥିଲା ଯେ ସ୍ଥିତାବସ୍ଥା ବଜାୟ ରଖାଯାଉ, କିନ୍ତୁ କରସେବକମାନେ ଅଦାଲତଙ୍କ ଆଦେଶ ମାନିନଥିଲେ ଏବଂ ମସଜିଦର ଢାଞ୍ଚା ଭାଙ୍ଗିଥିଲେ। ସେତେବେଳେ ପୂରା ଦାୟିତ୍ୱ ପ୍ରଶାସନର ଥିଲା, କିନ୍ତୁ ସେତେବେଳେ ପରିସ୍ଥିତି ଭିନ୍ନ ଥିଲା। ପ୍ରଶାସନ ନିଜ ଦାୟିତ୍ବ ପୂରଣ କରିନାହିଁ, କରସେବକମାନଙ୍କୁ ବନ୍ଦ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ପ୍ରଶାସନ ପକ୍ଷରୁ କରସେବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।