Atm .jpg

ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, ଧରାପଡିଲେ ଦୁଇ ଲୁଟେରା

Crime State

ATM-

କନ୍ଧମାଳ : ଏଟିଏମ (ATM) ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡିଲେ ଦୁଇ ଲୁଟେରା । ଫୁଲବାଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ ବେଳେ ଦୁଇ ଲୁଟେରାଙ୍କୁ ଧରିଛି ପୋଲିସ୍ । ଉଭୟଙ୍କୁ ଅଟକ ରଖି ତଦନ୍ତ କରୁଛି ଫୁଲବାଣୀ ଟାଉନ ଥାନା ପୋଲିସ । ତେବେ ତଦନ୍ତ ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି ।

ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି । ସେ ସରକାରୀ ମୁଖ୍ୟ ଚିକିତ୍ସାଳୟର ଭ୍ୟାକସିନ ମ୍ୟାନେଜର ରାଜେନ୍ଦ୍ର ଚାନ୍ଦ ସୂଚନା ଦେଇଛି ପୋଲିସ୍ । ବିଳମ୍ବିତ ରାତ୍ରିରେ ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ ବେଳେ ପହଞ୍ଚି ଯାଇଥିଲା ପୋଲିସ୍ ।