Brijbhushan.jpg

ମହିଳା କୁସ୍ତି ଯୋଦ୍ଧାଙ୍କୁ ଧମକାଇ ଚୁପ୍ ରହିବାକୁ କହୁଥିଲେ ବ୍ରିଜ ଭୂଷଣ: ଦିଲ୍ଲୀ ପୁଲିସ୍

National & International

brijbhushan

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ସଂଘର୍ଷ ସଫଳ ହେଉଥିବା ଦେଖାଯାଉଛି। କାରଣ ବିଜେପି ବାହୁବଳି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ଦିନେ ଯେଉଁ ପୁଲିସ ବ୍ରିଜ ଭୂଷଣ ବିରୋଧରେ ମାମଲା ଦାୟର କରିବାକୁ ପଛଘୁଞ୍ଚ ଦେଉଥିଲା। ଗୁରବାର କୋର୍ଟରେ ବ୍ରିଜ ଭୂଷଣ ବିରୋଧରେ ଯୁକ୍ତ ରଖିଛି ଦିଲ୍ଲୀ ପୁଲିସ୍।

ଗୁରୁବାର ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ବ୍ରିଜ ଭୂଷଣ ବିରୋଧରେ ଯୌନ ଉତ୍ପୀଡ଼ନ ସମ୍ପର୍କି ମାମଲାର ଶୁଣାଣି ଚାଲିଥିଲା। ଏଥିରେ ପୁଲିସ ତଥ୍ୟ ଦେଇ କହିଛି ଯେ ଅଭିଯୋଗ କ୍ରମେ ବ୍ରିଜ ଭୂଷଣ କୁସ୍ତି ଯୋଦ୍ଧାମାନଙ୍କୁ ଧମକାଇ ଚୁପ୍ ରହିବାକୁ କହୁଥିଲେ। ଦିଲ୍ଲୀ ପୁଲିସ ଗୁରୁବାର କୋର୍ଟ ସମ୍ମୁଖରେ ଏହି ତଥ୍ୟ ରଖିଥିଲା।

କୁସ୍ତିଯୋଦ୍ଧାମାନେ କରିଥିବା ଅଭିଯୋଗକୁ ପଢ଼ି ଦିଲ୍ଲୀ ପୁଲିସ ଓକିଲ କହିଛନ୍ତି “ ଆଗକୁ କୁସ୍ତି ଖେଳିବାକୁ ଅଛି ଯଦି ଚୁପ୍ ରୁହ। ମୁଁ କାହାର ବି କ୍ୟରିୟର ବନାଇପାରିବି ଓ ବିଗାଡ଼ି ପାରିବି।” ଦିଲ୍ଲୀ ପୁଲିସ ଓକିଲ ଅତୁଲ ଶ୍ରୀବାସ୍ତ କୋର୍ଟରେ କହିଛନ୍ତି ଯେ ବ୍ରିଜ ଭୂଷଣ ସିଂହ ଦେଇଥିବା ଧମକ ଆଇପିସିର ଧାରା ୫୦୬ ଅନୁସାରେ ଧଣ୍ଡନୀୟ ଅପରାଧ। ଯାହା ଅପରାଧିକ ଧମକକୁ ସୂଚାଇ ଥାଏ।

ସେହିପରି ଆଉ ଏକ ଅଭିଯୋଗକୁ ନେଇ ଶ୍ରୀବାସ୍ତବ କହିଛନ୍ତି ବ୍ରିଜ ଭୂଷଣ ମହିଳା କୁସ୍ତି ଯୋଦ୍ଧାଙ୍କୁ ପଚାରୁଛନ୍ତି ମୁଁ ଧୋତି କୁର୍ତ୍ତାରେ କେମିତି ଦିଶୁଛି ? ଗୋଟେ ଝିଅଙ୍କୁ ଏଭଳି ପ୍ରଶ୍ନ କରାଯିବା ଉଚିତ କି ?

କୋର୍ଟଙ୍କୁ ପ୍ରଶ୍ନ କରି ଶ୍ରୀବାସ୍ତବ କହିଛନ୍ତି ଯେ ମହିଳାକୁସ୍ତି ଯୋଦ୍ଧାମାନେ ଅଭିଯୋଗ କରୁଛନ୍ତି ଯେ ବ୍ରିଜ ଭୂଷଣର ସହ ଅଭିଯୁକ୍ତ କୁସ୍ତ ସଂଘର ସେକ୍ରେଟାରୀ ବିନୋଦ ତୋମାର କେବଳ ମହିଳାଙ୍କୁ ତାଙ୍କ ଅଫିସ୍‌କୁ ଆସିବାକୁ ଅନୁମତି ଦେଉଥିଲେ। ଅଫିସ୍ ଡୋର୍ ସବୁବେଳେ ବନ୍ଦ ରହୁଥିଲା। ପୁରୁଷମାନେ ଆସିବାକୁ କଟକଣା ରହିଥିଲା। ଏଥିରୁ ଜଣାପଡ଼ୁଛି ଯେ ସେମାନଙ୍କର ଉଦ୍ଦେଶ୍ୟ କଣ ଥିଲା ବୋଲି ଦିଲ୍ଲୀ ପୁଲିସ ଓକିଲ ଶ୍ରୀବାସ୍ତବ କହିଛନ୍ତି।

ଦିଲ୍ଲୀ ପୁଲିସ ଓକିଲ ବ୍ରିଜ ଭୂଷଣଙ୍କ ବିରୋଧରେ ଆଉ ଏକ ଉଦାହରଣ ଦେଇ କହିଛନ୍ତି ଯେ ସେ ଜଣେ ମହିଳା କୁସ୍ତି ଯୋଦ୍ଧାକୁ କୁଣ୍ଢାଇ ପକେଇଲେ। ଆଉ କହିଲେ କହିଲେ ବାପାଭଳି ମୁଁ କୁଣ୍ଢେଇ ପକେଇଲି। ଦୋଷୀ ମନ ସବୁବେଳେ ସଚେତ ରହିଥାଏ। ବ୍ରିଜ ବୂଷଣ କାହିଁକି ଏହି ସଫେଇ ଦେଉଥିଲେ ବୋଲି ଦିଲ୍ଲୀ ପୁଲିସ ଓକିଲ କୋର୍ଟଙ୍କୁ ପ୍ରଶ୍ନ କରୁଛନ୍ତି।

ଅନ୍ୟପଟେ ଶୁକ୍ରବାର ମାମଲାର ଶୁଣାଣି ବେଳେ ବ୍ରିଜ ଭୂଷଣ କୋର୍ଟରେ ଉପସ୍ଥିତ ନଥିଲେ। ସାମାଜିକ ଦାୟିତ୍ୱ ବୋଧତା ଯୋଗୁ କୋର୍ଟ ତାଙ୍କ ପାଇଁ କୋହଳ କରିଛନ୍ତି। ବର୍ତ୍ତମାନ ଅତିରିକ୍ତ ଚିଫ୍ ମେଟ୍ରୋପଲିଟା ମାଜିଷ୍ଟ୍ରେଟ୍ ପ୍ରିୟଙ୍କା ରାଜପୁତ ଏହି ମାମଲାର ବିଚାର କରୁଛନ୍ତି। ପୂର୍ବରୁ ବିଚାର କରୁଥିବା ହରଜୀତ ସିଂହ ଜସପାଲ ଅନ୍ୟ ଏକ କୋର୍ଟକୁ ବଦଳି ହେବାରୁ ପ୍ରିୟାଙ୍କା ଏହି ମାମଲାର ଶୁଣାଣି କରୁଛନ୍ତି।

ସୂଚନା ଥାଉକି ଗତବର୍ଷ ଜୁନ ୧୫ ତାରିଖରେ ବ୍ରିଜ ଭୂଷଣ ବିରୋଧରେ ଦିଲ୍ଲୀ ପୁଲିସ ଧାରା ୩୫୪, ୩୫୪ଏ, ୩୫୪ଡି ଓ ୫୦୬ରେ ଚାର୍ଜଶିଟ୍ ଦାଖଲ କରିଛି। ଏହି ମାମଲାରେ ପୂର୍ବ ବିଚାରପତି ହରଜୀତ ସିଂହ ଜସପାଲ ବ୍ରିଜ ଭୂଷଣଙ୍କୁ ଜାମିନ ଦବା ସହ କୁସ୍ତି ସଂଘ ସଚିବ ବିନୋଦ ତୋମାରଙ୍କୁ ଜୁଲାଇ ୨୦ରେ ନିଲମ୍ବିତ କରିଥିଲେ।