H3rhcsek Covid India Pti 625x300 05 December 21.jpg

୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ; ୧୨ଜଣ ଆକ୍ରାନ୍ତ ମୃତ

National & International

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି।

ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି।

ସେହିପରି, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୪କୁ ହ୍ରାସ ପାଇଛି। ଗୁରୁବାରଠାରୁ ଆଜିର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କମ୍‌ ଅଛି। କିନ୍ତୁ, ୧୨ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋଭିଡ୍‌ଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୮୫କୁ ବୃଦ୍ଧି ପାଇଛି।

ଏଥିରୁ କେରଳରେ ୫ଜଣ, କର୍ଣ୍ଣାଟକରେ ୪ଜଣ, ମହାରାଷ୍ଟ୍ରରେ ୨ଜଣ ଓ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୮୩୮ଜଣଙ୍କୁ ମିଶାଇ ଜାନୁଆରି ୫ ତାରିଖ ସୁଦ୍ଧା ସମୁଦାୟ ୪,୪୪,୭୮,୮୮୫ଜଣ ଭାରତୀୟ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି। ଏହାବ୍ୟତିରେକେ, ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୪,୫୦,୧୬,୬୦୪କୁ ବୃଦ୍ଧି ପାଇଛି।

ସଂଗୃହୀତ ତଥ୍ୟରେ ଉଲ୍ଲେଖ ଅଛି ଯେ, କେରଳ ଓ କର୍ଣ୍ଣାଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୯କୁ ହ୍ରାସ ପାଇଥିବା ବେଳେ କର୍ଣ୍ଣାଟକରେ ୬୫ଟି ନୂଆ ମାମଲା ରିପୋର୍ଟ କରାଯିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୦କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ରାଜସ୍ଥାନ, ଛତିଶଗଡ଼, ହରିୟାଣା ଓ ଆସାମରେ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

କେରଳ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ତେଲେଙ୍ଗାନା, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ଗୋଆ, ପୁଡ୍ଡୁଚେରୀ ଓ ଲଦାଖରେ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।